ଡାଲଗୁମା ଓ ମାଝୀଗୁଡା ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବହୁ ପ୍ରତିକ୍ଷୀତ କୋକସରା ବ୍ଳକର ଚିତାମୁଣ୍ଡା-ଡାଲଗୁମା ଓ ବଙ୍ଗୋମୁଣ୍ଡା-ମାଝିଗୁଡା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଆଜି ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଦ୍ୱାରା ହୋଇଛି। ଅଞ୍ଚଳର ଗ୍ରାମବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଥିବାବେଳେ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଯେ’ ଚିତାମୁଣ୍ଡାଠାରୁ ଡାଲଗୁମା ଭାୟା ବାଙ୍କିମୁଣ୍ଡା ରାସ୍ତା ଦିର୍ଘ ବର୍ଷରୁ ଶୋଚନୀୟ ହୋଇ ରହିଥିଲା। କୋକସରା ଓ ଧର୍ମଗଡ଼ ବ୍ଳକର ଜନ ସାଧାରଣ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ବର୍ଷା ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ପ୍ରାୟ ୧୦କିମି. ଦୂର ବୁଲି ଯିବାକୁ ପଡ଼ିଥାଏ। ଏନେଇ ଡାଲଗୁମା ସମେତ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ନିର୍ମାଣ କରିବା ପାଇଁ ଦିର୍ଘ ବର୍ଷରୁ ଦାବିକରି ଆସୁଥିଲେ। ଆଜି ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଫଳରେ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଡାଲଗୁମାରେ ଶିଲାନ୍ୟାସ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ସମେତ ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି, ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ଜିଲ୍ଲାପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ, ଭୁବନେ ମାଝୀ, କେତୁରାମ ମାଝୀ, ଭକ୍ତି ପୋଡ଼, ସୁରେଶ୍ ନାଗ, ଦିଗାମ୍ବର ନାଗ ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ସେହିପରି ବ୍ଳକର ବଙ୍ଗୋମୁଣ୍ଡା-ମାଝିଗୁଡା ରାସ୍ତାର ମଧ୍ୟ ଧର୍ମଗଡ଼ ବିଧାୟକଙ୍କ ଦ୍ବାରା ଆଜି ଶିଳାନ୍ୟାସ ହୋଇଛି। ଚିତାମୁଣ୍ଡା-ଡାଲଗୁମା ରାସ୍ତା, ୫.୧୩୦ କିମି. ପାଇଁ ୩କୋଟି ୪୫ଲକ୍ଷ ୨୭ ହଜାର ୮୧୩ ଟଙ୍କା ବ୍ୟୟ ଅଟକଳ ରହିଥିବାବେଳେ ବଙ୍ଗୋମୁଣ୍ଡା-ମାଝିଗୁଡା ରାସ୍ତା, ୪.୨୦୦ କିମି. ପାଇଁ ୩କୋଟି ୨ଲକ୍ଷ ୩୬ ହଜାର ୫୧୯ ଟଙ୍କା ଅନୁଦାନ ରହିଥିବା ବିଭାଗ ପକ୍ଷରୁ ସୂଚନା ରହିଛି। ଉଭୟ ଗ୍ରାମର ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ପକ୍ଷରୁ ରାଜ୍ୟ ସରକାର ଓ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ଧନ୍ଯବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.