ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ଯାଦବ ମହାସଭା ପକ୍ଷରୁ ଯଶୋଦା ଗାର୍ଡେନ ଠାରେ ବହଳପଡା ଗ୍ରାମର ଯୁବ ସ୍ବେଛାସେବୀ କମଳାକାନ୍ତ ସାହୁ, କୃଷ୍ଣଚନ୍ଦ୍ର ଦଳାଇ, ଅଙ୍କିତ୍ ଅଭିଷେକ ସାହୁ, ସୁନିଲ କୁମାର ଦଳାଇ ଓ ରଞ୍ଜିତ ଦଳାଇଙ୍କୁ “ସାମାଜିକ ସେବା ସମ୍ମାନରେ” ସମ୍ଭର୍ଦ୍ଧିତ କରାଯାଇ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି। ଏହି ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୪୨ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ° ପ୍ରଦୀପ କୁମାର ବେହେରା, ସମ୍ମାନୀୟ ଅତିଥି ଭାବେ କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା, ସଦର ଯୁବ ସଭାପତି ଅର୍ଣ୍ଣବ ପରିଡ଼ା, ନିର୍ଦ୍ଦେଶକ ସନ୍ତୋଷ ବେହେରା ଓ ମିଡ଼ିଆ ରିପୋର୍ଟର ତରୁଣ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୪୨ମୌଜା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ବେହେରା, ଶଙ୍କର ବେହେରା, ସାଗର ବେହେରା, ଆଶିଷ ବେହେରା, ସୁଶାନ୍ତ ବେହେରା, ଅକ୍ଷୟ ବେହେରା ଓ ହୃଦାନନ୍ଦ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.