ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରଲ କରି ମାମୁଁ ଘରକୁ ଗଲେ ଯୋଗାଣ ସହାୟକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବନ୍ଧାହେଲେ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁ । ବଲାଙ୍ଗୀର ଆଗଲପୁର ବ୍ଲକ ବୁଦୁଲା ପଞ୍ଚାୟତର ଯୋଗାଣ ସହାୟକ ଗିରିଶଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୋଧରେ ରହିଛି ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ । ଜଣେ ଅସହାୟ ବିଧବାଙ୍କୁ ସେ ଦୁଷ୍କର୍ମ କରିବା ସହ ସେହି ଭିଡିଓ ଭାଇରାଲ କରିବାକୁ ନେଇ ପୋଲିସ ତାଙ୍କୁ ଗିରଫ କରିଛି । ଯୋଗାଣ ସହାୟକ ଥିବାରୁ ଜଣେ ଅସହାୟ ତଥା ବିଧବା ମହିଳାଙ୍କୁ ରାସନ ସାମଗ୍ରୀ ଦେବାର ପ୍ରଲୋଭନ ଦେଖାଇ ଦେଢ ବର୍ଷ ତଳେ ଏହି ବ୍ୟକ୍ତି ଜଣକ ପଞ୍ଚାୟତ ଅଫିସକୁ ଡାକିଥିଲେ . ସେଠାରେ ସେ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ତାର ଭିଡିଓଗ୍ରାଫି ମଧ୍ୟ କରିଥିଲେ । କିନ୍ତୁ ମହିଳା ଅଭାବ ଅନଟନ ପାଇଁ ସହିଯାଇଥିଲେ । କିନ୍ତୁ ନିକଟରେ ତାଙ୍କ ସେହି ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ମହିଳା ଯୋଗାଣ ବିଭାଗ ଅଫିସ ଭିତରେ ପସି ସମ୍ପୃକ୍ତ ଅଧିକାରୀଙ୍କୁ ଚପଲରେ ମାଡ ମାରିଥିଲେ । ତେବେ ଚପଲରେ ମାଡ ମାରିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏଥିସହ ଏହି ମହିଳା ଯୋଗାଣ ସହାୟକଙ୍କ ନାଁରେ ଅଗଲପୁର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ପୋଲିସ ପ୍ରମାଣ ଦେଖିବା ପରେ ଆଜି ସମ୍ପୃକ୍ତ ସହାୟକଙ୍କୁ ଗିରଫ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.