ଓଡ଼ିଶାରୁ ରାୟପୁର ରୋଗୀ ଚାଲାଣ ରାକେଟ ଠାବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗୀରରୁ ରୋଗୀ ଚାଲଣ ରାକେଟ ଠାବ। ବଲାଙ୍ଗୀରର ଗ୍ରାମାଞ୍ଚଳ ଗୁଡ଼ିକରୁ BSKY କାର୍ଡ ଧାରି ରୋଗୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ରାୟପୁରର ଘରୋଇ ମେଡିକାଲକୁ ଚାଲାଣ। ପୁଇଁତଳା ଥାନା ଅନ୍ତର୍ଗତ ଆଠଗାଁରୁ ରାୟପୁରକୁ ରୋଗୀ ଚାଲାଣ କଲା ବେଳେ ମାଡି ବସିଲେ ମେଡିକାଲ କର୍ମଚାରୀ। BSKY ଜିଲ୍ଲା ସଂଯୋଜକ ସୁବ୍ରତ ସାହୁଙ୍କ ଖବର ପାଇ ଚଢ଼ାଉ କରିଥିଲେ। ଏନେଇ ସୁବ୍ରତ ବେଆଇନ ଭାବେ ରୋଗୀଙ୍କୁ ରାୟପୁର ଚାଲାଣ କରାଯାଇଥିବା ଖବର ପାଇ ବଲାଙ୍ଗୀର ଏସ୍‌ପିଙ୍କୁ ସୂଚନା ଦେଇଥିଲେ। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦେଶ କ୍ରମେ ପୁଇଁତଳା ପୋଲିସ ପହଞ୍ଚି ରୋଗୀଙ୍କୁ ଗାଡି ଭିତରୁ ଉଦ୍ଧାର କରିବା ସହ ରୋଗୀ ଚାଲାଣର କିଂଗପିନ ମହିଳାକୁ ପୋଲିସ କାବୁ କରିଥିଲା। ରାୟପୁରର ଏକ ଘରୋଇ ମେଡିକାଲକୁ ରୋଗୀ ଚାଲଣ ଅଭିଯୋଗରେ ପୋଲିସ ମହିଳାଙ୍କୁ ଅଟକ ରଖିଛି। ଆଠଗାଁର ୧୦ ରୁ ୧୨ ଜଣ ରୋଗୀକୁ ଛତ୍ତିଶଗଡ଼ ନଂ ଥିବା ଏକ ଗାଡିରେ ଚାଳଣ କରାଯାଉଥିଲା। ପୁଇଁତଳା ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ମହିଳା ଓ ଗାଡି ଡ୍ରାଇଭରକୁ ଅଟକ ରଖି ପଚରାଉଚରା ଚଲାଇଛି। ଅଟକ ମହିଳାଙ୍କ ଘର ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ବୋଲି ଜଣା ପଡ଼ିଥିବା ବେଳେ, ଜବତ ଗାଡି ଛତିଶଗଡ଼ର ହବିବ ଖାନଙ୍କ ବୋଲି ଜଣାପଡିଛି। ଦୀର୍ଘ ଦିନ ହେଲା ମହିଳା ଜଣଙ୍କ ରାୟପୁରର ଘରୋଇ ମେଡିକାଲର ଏଜେଣ୍ଟ ଭାବେ କାମ କରୁଛନ୍ତି। ଗ୍ରାମାଂଚଳର ନୀରିହ ରୋଗୀ ମାନଙ୍କୁ ବିନା ପଇସାରେ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପ୍ରଲୋଭନ ଦେଖାଇ BSKY କାର୍ଡ ଜରିଆରେ ଲୁଟ କରୁଥିଲେ ବୋଲି ଜଣାପଡିଛି। ଗତ କାଲି ୧୬ ଜଣ ରୋଗୀଙ୍କୁ ରାୟପୁରରୁ ଆଣି ଗାଁରେ ଛାଡିଥିଲେ। ପୁଣି ରାୟପୁର ରୋଗୀ ନେବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ମହିଳା ଜଣଙ୍କ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ରୋଗୀ ମାନଙ୍କୁ ରାୟପୁର ଚାଳଣ କରି BSKY ଟଙ୍କା ଆତ୍ମସାତ କରୁଥିବା ଜଣାପଡ଼ିଛି। ମହିଳାଙ୍କୁ ଏସଡିପିଓ ସରୋଜ ଉପାଧ୍ୟାୟ ଜେରା କରୁଛନ୍ତି। ଜେରା ବେଳେ ବଡ଼ ଧରଣର ରାକେଟ କାମ କରୁଥିବା ଜାଣିବାକୁ ପାଇଛି ବଲାଙ୍ଗୀର ପୋଲିସ। ଏହି ରାକେଟରେ ରାୟପୁର ଘରୋଇ ମେଡିକାଲ ଚଳାଉଥିବା ବଡ ବଡ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.