ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି।

ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହବିଦ୍ୟାଳୟର ଅଧ୍ୟକ୍ଷ ଛବିଲାଲ ସାହୁ ଏବଂ ସମ୍ମାନନୀୟ ଅତିଥି ଭାବେ ଅଧ୍ୟାପକ ତଥା କଣ୍ଠଶିଳ୍ପୀ ଶୁଭେନ୍ଦୁ କୁମାର ପାଢୀ, ଅଧ୍ୟାପକ ତଥା ଗବେଷକ ପରମେଶ୍ୱର ମୁଣ୍ଡ, ଅଧ୍ୟାପକ ସୁଶାନ୍ତ କୁମାର ଦାସ ପ୍ରମୁଖ।

ଏହି କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାସ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜୟ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରାସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ବିଭିନ୍ନ ପର୍ଯ୍ୟାୟରେ ପିୟୁସ ରଞ୍ଜନ ବିଶି, ସୁଜିତ କୁମାର ରଣା, ସୁଧାଂଶୁ ଦାସ, କୈଳାସ ହଂସ, ମୁକ୍ତେଶ୍ଵର ସାହୁ, ଜ୍ଞାନେନ୍ଦ୍ର ନିମୁଲିଆ, ସସ୍ମିତା ନାଏକ, ସୀମା ମହାରଣା ଇତ୍ୟାଦି କେତେକ ଛାତ୍ରଛାତ୍ରୀ ପୁରାସ୍କାର ପାଇଥିଲେ।

ପରିଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ସଭା ସମାପ୍ତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.