ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅଧୀନ ବିଛୁବାହାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ସଭାପତିତ୍ଵ କରିଥିଲେ I ଏହି ବୈଠକ ରେ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନା, ଅଧାରୁ ପାଠ ଛାଡ଼ିଥିବା, ଆଦୌ ନାମ ଲେଖାଇନଥିବା ଛାତ୍ରଛାତ୍ରୀ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି ନିମନ୍ତେ ଗ୍ରୀଷ୍ମ ଅବକାଶ ରେ ଗୃହକାର୍ଯ୍ୟ, ଆଂଶୁଘାତ ଉପରେ ଆଲୋକପାତ ହୋଇଥିଲା I ଏସଏମସି ସଭାପତି ଭୋଦେବ ମହାନନ୍ଦ ଓ ସହକାରୀ ଶିକ୍ଷକ ଜ୍ୟୋତିର୍ମୟ ନାଗ ମଞ୍ଚ ପରିଚାଳନା କରିଥିଲେ I ଏସଏମସି ସଦସ୍ୟ ସୁଧୀର ବାଗ, ତୁଲାରାମ ମାଝୀ, କୈଳାସ ପୁଟେଲ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀ ପ୍ରଭାସିନୀ ସେଠ, ସ୍କୁଲ ର ଶିକ୍ଷୟିତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିଷାନ ସହଯୋଗ କରିଥିଲେ I ଗ୍ରାମର ଅଭିଭାବକ, ଅଭିଭାବିକା ସହିତ ଏସଏଚଜି ମାଁ ଲଷ୍ମୀନାରାୟଣୀ ଗ୍ରୁପର ବଦନ୍ତି ମାଝୀ, ସୁଜାତା ମାଝୀ, ପଦ୍ମିନୀ ମାଝୀ, ପ୍ରେମଶିଲା ମାଝୀ, ଅଏଁଲେ ମାଝୀ, କମଲେ ମାଝୀ, ପଦ୍ମାବତୀ ମାଝୀ, ତରୁଣୀ ମାଝୀ, ପଦ୍ମା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ଶ୍ରୀଯୁକ୍ତ ନାଗ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ I