ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶ୍ରୀ ରାମ ଲୀଳା ପୂର୍ଣ୍ଣାହୁତି ପରେ ଶନିବାର ସଂଧ୍ୟାରେ ଶ୍ରୀ ରାମ ଚନ୍ଦ୍ର ଙ୍କ ଚଳନ୍ତି ବିଗ୍ରହ ବିମାନ ରେ ନଗର ପରିକ୍ରମା ଓ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ଗୌଡପଡା ରେ ଭବ୍ୟ ସ୍ବାଗତ ସହିତ ପୂଜାର୍ଚ୍ଚନା। ସୁସଜ୍ଜିତ ରଥ ରେ ମାତା ସୀତା, ଶ୍ରୀ ରାମ, ଲକ୍ଷ୍ମଣ, ହନୁମାନ ଓ ରଘୁବଂଶ ର କୂଳ ଗୁରୁ ବଶିଷ୍ଠ ରଥାରୂଢ଼ ହୋଇ ନଗର ପରିକ୍ରମା ସହିତ ରାଧାକୃଷ୍ଣ ମନ୍ଦିର ଯାଇ ରାଧାକୃଷ୍ଣ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ପୂର୍ବତନ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜୀବେଶ ପଣ୍ଡା, ବୀରେନ କୁମାର ରଥ, ବିଭୂତି ପ୍ରହରାଜ, ପ୍ରକାଶ ଚନ୍ଦ୍ର ସାହୁ ଓ ଗୌଡପଡା ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ର ସଭାପତି ଭଗବାନ ଭୋଇ, ଉପ ସଭାପତି ଦେବେନ୍ଦ୍ର ପୋଡ଼, ସମ୍ପାଦକ ପ୍ରଶାନ୍ତ ମହାରଣା, ଭଗବତ ଘିଭେଲ, ଜୟ ହାତୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।