ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଅପ୍ରେଲ ୨୧ ରୁ ଆରମ୍ଭ ହେବ। ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନର୍ଲା ବସ୍ତି ଶିବ ମନ୍ଦିର ତଥା ଦୁର୍ଗା ମଣ୍ଡପ ସମ୍ମୁଖରେ ଶ୍ରୀ ଶ୍ରୀ ବଳଭଦ୍ରେଶ୍ୱର ନାମଯଜ୍ଞ କମିତି ନେତୃତ୍ୱରେ ୨୪ ପ୍ରହର ନାମଯକ୍ଷ ଅନୁଷ୍ଠିତ ହେବ। ଏଥିପାଇଁ କର୍ମକର୍ତ୍ତା ଚୟନ, ପୂଜା କର୍ତ୍ତା ଚୟନ ପ୍ରକ୍ରୀୟା ସମାପନ ହୋଇଛି। ଚଲିତ ବର୍ଷ ନାମଯଜ୍ଞର ସଭାପତି ଭାବରେ ଅଭୟ କୁମାର ଚାନ୍ଦ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ଉପସବାପତି ଭାବରେ କିଶୋର ମାଝୀ, ପୂର୍ଣ୍ଣଚନ୍ଦ୍ର ପୁଝାରୀ, ତୁମେଶ୍ୱର ଭୋଇଙ୍କୁ ଚୟନ କରାଯାଇଛି। ସେହିଭଳି ସାଧାରଣ ସମ୍ପାଦକ ଭାବରେ ବିଜୟ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଭାବରେ ମୃତ୍ୟୁଞ୍ଜୟ ନାଗ, ବଡ ହଂସ, ମୋହନ ବେହେରା, କ୍ଷେତ୍ର ସାହାଣୀ ଓ କୋଷାଧ୍ୟକ୍ଷ ଦାଇତ୍ୱରେ ଆଲୋକ କୁମାର ଚାନ୍ଦ, ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଟିମ୍ପୁ ପୂଝାରୀ, ଅନମୋଲ(ବଣ୍ଟୁ) ଚାନ୍ଦ ପ୍ରମୁଖ ଦାଇତ୍ୱ ନିର୍ବାହନ କରୁଥିବା ସୂଚନା ମିଳିଛି। ସେହିଭଳି ଶ୍ରୀମତୀ ସୁନୀତା ନାୟକ ଓ ନରସିଂହ ନାୟକଙ୍କୁ ପୂଜା କର୍ତ୍ତା ଦାଇତ୍ୱ ପ୍ରଦାନ କରିଛି କମିଟି। ଅପ୍ରେଲ ୨୧/୪ ସୋମବାର ସକାଳ ୭ ଘଣ୍ଟା ସମୟରେ ଏହି ୨୪ ପ୍ରହର ନାମଯଜ୍ଞ ଆରମ୍ଭ ହେବାକୁ ରହିଥିବା ବେଳେ ୨୦/୪ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ୨୧/୪ ରୁ ୨୩/୪ ତିନିଦିନ ଧରି ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହେବାପରେ ୨୪/୪ ଗୁରୁବାର ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡିବ। ଚଳିତ ବର୍ଷ କଳାହାଣ୍ଡିର ୭ ଗୋଟି ରାୟଗଡା ରୁ ଗୋଟିଏ, ବରଗଡ ଜିଲ୍ଲାରୁ ୨ ଗୋଟି ଓ ନୂଆପଡା ଜିଲ୍ଲାରୁ ଗୋଟିଏ ସଂକୀର୍ତ୍ତନ ମଣ୍ଡଳୀ ଏଭଳି ଆୟୋଜକ ମଣ୍ଡଳୀ ସହ ମୋଟ ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନାମଯଜ୍ଞରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି। ଆୟୋଜକ କଳାହାଣ୍ଡି ଜିଲ୍ଲା ନର୍ଲା ସଂକୀର୍ତ୍ତନ ମଣ୍ଡଳୀ, ପଡୋଶୀ ଡୁଡୁଙ୍ଗକୁପା, ବଫଲା, ଡୁମାଲପଡା, ରାୟଗଡା ଜିଲ୍ଲାର ଗୁଣପୁର, କଲାହାଣ୍ଡି ଜିଲ୍ଲାର ରଘୁନାଥପୁର, ମାଣିଙ୍ଗପଦର, ଟୁକୁନଡୋଲା, କନ୍ଦେଇମାଲ, ବରଗଡ ଜିଲ୍ଲାର ଧାନବସା ଓ ନାଗପାଲି ସେହିଭଳି ନୂଆପଡା ଜିଲ୍ଲାର ବାଗମୁଣ୍ଡା ସଂକୀତ୍ତନ ମଣ୍ଡଳୀ ଆସି ଅଂଶ ଗ୍ରହଣ କରିବେ। ଘରୋଇ ନର୍ଲା ସଂକୀର୍ତ୍ତନ ମଣ୍ଡଳୀରେ ଗାୟକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତ ଗୁରୁ ବିଜୟ ପଣ୍ଡା ରହିଥିବା ବେଳେ ଗାୟକ ଭାବରେ ଶରନ ଚନ୍ଦନ, ଡୁଡୁଙ୍ଗକୁପାରେ ପ୍ରସନ୍ନ କୁମାର ଗଉଡ ଓ ରାଜେନ୍ଦ୍ର ପୁଝାରୀ, ବଫଲା ମଣ୍ଡଳୀରେ ଲୋଚନ ଭୋଇ ଓ ଦେବେନ୍ଦ୍ର ଭୋଇ, ଡୁମାଲପଡାରେ ଚାରୁଚନ୍ଦ୍ର ଛୁରିଆ ଓ ପବିତ୍ର ଛୁରିଆ, ଗୁଣୁପୁର ମଣ୍ଡଳୀରେ ଦୁଇଜଣ ବାହକ ମାନସ ସାହୁ, ଦିବ୍ୟରଞ୍ଜନ ନିଖନ୍ତ ଓ ଗାୟକ ଆଦର୍ଶ ପାତ୍ର, ରଘୁନାଥପୁରରେ ସରୋଜ ରାଉତ ଓ ସୁମନ୍ତ ଦଳପତି, ଧାନବସାରେ ସୁଧିର ଭୋଇ ଓ ବଳିଷ୍ଠ ଷଣ୍ଢ, ନାଗପାଲିରେ ବିଶ୍ୱାମିତ୍ର ପାଣ୍ଡେ ଓ ଚନ୍ଦନ ମାହାର, ମାଣିଙ୍ଗପଦରରେ ଜୟରାମ ଶବର ଓ ଧର୍ମରାଜ ଗୋପାଲ, ଟୁକୁନଡୋଲାରେ ନନ୍ଦକିଶୋର ଚିରନ ଓ ଦିଲିପ ପାଣ୍ଡିଆ, କନ୍ଧେଇମାଲରେ ଶଙ୍କର ମାଝୀ ଓ ବୈବସୁତ ମାଝୀ ସେହିଭଳି ନୂଆପଡା ସଂକୀର୍ତ୍ତନ ମଣ୍ଡଳୀରେ ଉଭୟ ବାହକ ଓ ଗାହକ ଭାବରେ ସୁବାଷ ପୁରୋହିତ ସଂକୀର୍ତ୍ତନ ପରିବେଷଣ କରିବେ ବୋଲି ଜଣାପଡିଛି। ସେହିଭଳି ପୂଜକ ପଣ୍ଡିତ ଭାବରେ ସୁନାଶିର ମିଶ୍ର ଓ ଦୟାନିଧି ବିଶି ପୁଜନ କାର୍ଯ୍ୟ ପରିଚାଳନା କରିବେ, ପ୍ରଭୋବ ଚାନ୍ଦ ଓ ସୁବ୍ରତ ମିଶ୍ର ଜପକ ଭାବରେ ଦାଇତ୍ୱ ନିର୍ବାହନ କରିବେ ବୋଲି କମିଟି ସୂତ୍ରରୁ ଜଣାପଡିଛି। ପ୍ରଚଣ୍ଡ ଗ୍ରୀଷ୍ମ ତାତିକୁ ଆଖି ଆଗରେ ରଖି କମିଟି ତରଫରୁ ପାନୀୟ ଜଳର ସୁବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଥିବା ନାମଯଜ୍ଞ ପରିଚାଳନା କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି।