ପେହେ୍ଳଗାମ ଆତଙ୍କୀ ଆକ୍ରମଣର ଦୃଢ଼ ନିନ୍ଦା; ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ମାର୍ଚ୍ଚ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ମାରୱାଡି ଯୁବାମଞ୍ଚ ଓ ଲଡ଼ୁଗାଁ ଗ୍ରାମବାସୀ ଗତ ଏପ୍ରିଲ ୨୨ ତାରିଖ ରେ ପେହେ୍ଳଗାମ ଠାରେ ଘଟିଥିବା ଆତଙ୍କୀ ଆକ୍ରମଣ ର ଦୃଢ଼ ନିନ୍ଦା କରି ଶୁକ୍ରବାର ସନ୍ଧ୍ୟା ରେ ଲଡ଼ୁଗାଁ ବସଷ୍ଟାଣ୍ଡ ରୁ ଏକ ବିରାଟ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ଦୁର୍ଗା ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଏକ ପ୍ରତିବାଦ ସଭା କରାଯାଇଥିଲା l ହିନ୍ଦୁ ମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର, ନିର୍ମମ ହତ୍ୟା କୁ ପ୍ରତିବାଦ କରି ମୃତକ ଙ୍କୁ ସୋକାଭିଭୂତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକାକୁଳ ପରିବାର କୁ ସମବେଦନା ଜଣେଇଛନ୍ତି l ଏହି କ୍ୟାଣ୍ଡେଲ ମାର୍ଚ୍ଚ ଓ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦେଶରୁ ଆତଙ୍କବାଦ ଓ ଆତଙ୍କୀ ଙ୍କୁ ସଫା କରିବାକୁ ନିବେଦନ କରିଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.