ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଖଣ୍ଡ (ବ୍ଲକ) ହିନ୍ଦୁ ଏକତା ମଞ୍ଚର ସଭାପତି ବଦ୍ରି ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମନ୍ମୟ(ଜିତୁ) ଚାନ୍ଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ ସଦସ୍ୟ ବୁଦ୍ଧ ନାଏକ, ଅଜୟ କୁମାର ନାଏକ, ସମୀର ନାଏକ, ସୁଧୀର ରାଉତ ପ୍ରମୁଖଙ୍କ ସମେତ ଏକତା ମଞ୍ଚର ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ନର୍ଲା ଚାରିଛକରୁ ବାଇକ ଶୋଭାଯାତ୍ରାରେ ବ୍ଲକ କୁ ଯାଇ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପହଲଗାମ ରେ ହିନ୍ଦୁ ମାନଙ୍କୁ ବର୍ବରୋଚିତ ଭାବରେ ସଂହାର କରିଥିବା ଆତଙ୍କବାଦୀ ମାନଙ୍କୁ କଠୋର ଶାସ୍ତି ଦେବା ପାଇଁ ଦାବୀପତ୍ର ଦେଲା ନର୍ଲା ହିନ୍ଦୁ ଏକତା ମଞ୍ଚ। ବିଡିଓ ଙ୍କ ତରଫରୁ ଏହାକୁ ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବି ନାଏକ ଗ୍ରହଣ କରିଥିଲେ। ଏହି ପତ୍ରରେ ହିନ୍ଦୁସ୍ଥାନ ର ହିନ୍ଦୁ ତା’ର ଆକ୍ରୋଶ, ବେଦନା ଓ ଭାବନାକୁ ଏହି ମର୍ମରେ ପ୍ରକାଶ କରୁଅଛି ଯେ,ଭାରତ ବର୍ଷର ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମ୍ ଠାରେ ଗତ ତା. ୨୨/୦୪/୨୦୨୫ ରିଖ ଅପରାହ୍ନ ସ୍ପଷ୍ଟ ଦିବାଲୋକରେ ପର୍ଯ୍ୟଟକଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତା ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା ସର୍ବାଗ୍ରେ ନିନ୍ଦିତ । ଏହିପରି ପ୍ରାୟୋଜିତ ଆତଙ୍କବାଦ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ଗଭୀର କୁଠାରାଘାତ ଓ ସମଗ୍ର ଦେଶବାସୀ ଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ଅଟେ। ଦେଶରେ ଅସ୍ଥିରତା ଓ ବିଦ୍ବେଷ ସୃଷ୍ଟିର ଏହା ଏକ ଘୃଣ୍ଯ ପ୍ରୟାସ ଅଟେ । ଏହିଭଳି ଘଟଣା ଆଜି ସମଗ୍ର ସଭ୍ୟ ସମାଜର ଭାବନା କୁ ଦୋହଲାଇ ଦେଇଛି । ଏହି ଏହି ଘଟଣା ପଛରେ ଯୋଉ କୁଚକ୍ରୀ ସଂଗଠନ ଅଛି ତା’ର ଯଥୋଚିତ ଶାସ୍ତି ଆବଶ୍ୟକ ଏବଂ ଏହି ଆସୁରୀୟ ମାନସିକତାକୁ ପ୍ରୋତ୍ସାହନ ଦେଉଥିବା ତତ୍ତ୍ବର ସମୂଳ ବିନାଶ ଆବଶ୍ୟକ। ଏଣୁ ସମଗ୍ର ହିନ୍ଦୁ ସମାଜ ନିଜର ଚିନ୍ତନ ତଥା ବ୍ୟଥା ପ୍ରକଟ କରିବା ସହ ଏହି ଘଟଣାରେ ପ୍ରାଣବଳି ଦେଇଥିବା ସମସ୍ତ ବିଭୂତିଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଗଭୀର ସମବେଦନା ଜଣାଇବା ସହ ଏହାର ତ୍ବରିତ ଉଦାହରଣ ମୂଳକ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଠାରୁ ଯଥାଶୀଘ୍ର ଅପେକ୍ଷା ରଖୁଛି ବୋଲି ମହା ମହିମ ରାଷ୍ଟ୍ରପତୀଙ୍କୁ ଦାବୀ ଜଣାଇ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛି ନର୍ଲା ହିନ୍ଦୁ ଏକତା ମଞ୍ଚ।