କଳାହାଣ୍ଡି,(ନିରଞ୍ଜନ ଗଉଡ): ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠରେ ଦଧିବାମନଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ସଂପନ୍ନ ହୋଇଛି। ଆଜି ବିନା ଭକ୍ତରେ କୋଭିଡ଼ ନିୟମାନୁସାରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଇଥିଲା। ମଠର ମୁଖ୍ୟ ସେବାୟତ ଦୁର୍ବାଦଳ ଦାଶଙ୍କ ପୈ।ରହିତ୍ୟରେ ପୂଜକ ସନ୍ତୋଷ ପାଢ଼ୀ ଓ ରଞ୍ଜନ ପାଢୀ ପୂଜା, ନୀତିକାନ୍ତି ତଥା ସ୍ନାନଯାତ୍ରା କରିଥିବାବେଳେ ପରିଚାଳନା କମିଟିର ଧନେ ମାଝୀ, ରଜନୀ ଗଉଡ, ବିଜୟ ଧଙ୍ଗଡାମାଝୀ, ମଣି ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀ, କାନ୍ତ ମାଝୀ, ସୁନୀଲ କୁମାର ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ତରୁଣ ଗଉଡ, ମଠର ସେବାୟତ ଟିକେ ଗଉଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।