ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

କଳାହାଣ୍ଡି: ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ “ବିକାଶ, ବିସ୍ଥାପନ ଏବଂ ବଞ୍ଚିତ ଆଦିବାସୀ” ପ୍ରସଙ୍ଗରେ ଏକ ଭର୍ଚୁଆଲ୍ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଅର୍ଥନୀତି ସଂଗଠନର ସଭାପତି ତଥା ଅବସରପ୍ରାପ୍ତ ଅର୍ଥଶାସ୍ତ୍ର ପ୍ରାଧ୍ୟାପକ (ମହାତ୍ମାଗାନ୍ଧୀ ଶ୍ରମ ଅନୁଷ୍ଠାନ, ଅହମଦାବାଦ ଓ ଗୋଖ୍ଲେ ଇଷ୍ଟ୍ନିଚୁଟ୍ ଅପ୍ ପୋଲିଟିକ୍ସ ଏଣ୍ଡ ଇକୋନୋମିସ୍, ପୁଣେ) ପ୍ରଫେସର ସୂର୍ଯ୍ୟନାରାୟଣ ତ୍ରିପାଠୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ଡ. ସଞ୍ଜୟ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଲୋଚନାଚକ୍ରର ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ପ୍ରାରମ୍ଭିକ ଭାଷଣ ଦେଇଥିଲେ।ଆଲୋଚନାଚକ୍ରର ଆବାହକ ତଥା ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଡ.ରଜନୀକାନ୍ତ ଜେନା ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ସାରା ରାଜ୍ୟରୁ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଆଲୋଚନାଚକ୍ରରେ ପ୍ରଫେସର ତ୍ରିପାଠୀ ବିସ୍ଥାପିତ ଆଦିବାସୀମାନଙ୍କର ବିକାଶକୁ ଅଣଦେଖା ଏବଂ ବିକାଶ ନାମରେ ବିସ୍ଥାପନ ଏକ ଜଟିଳ ସମସ୍ୟା ଭାବରେ ଦେଶରେ ଦେଖା ଦେଇଛି ବୋଲି ମତପ୍ରକାଶ କରିଥିଲେ। ଆଲୋଚନାଚକ୍ରର ଶେଷରେ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ହୋଇଥିଲା। ଇଂରାଜୀ ବିଭାଗର ଅଧ୍ୟାପିକା ପ୍ରଫେସର ଶତରୂପା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅଧ୍ୟାପକ ରାଜକିଶୋର ପଣ୍ଡିତ ଗୁଗଲ ମିଟ୍ ଜରିଆରେ ବୈଷୟିକ ପରିଚାଳନା କରିଥିଲେ। ସହ-ଆବାହକ ଭୂଗୋଳ ବିଭାଗର ଅଧ୍ୟାପକ ପ୍ରଫେସର ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.