ଟ୍ରକ ଧକ୍କାରେ କିନ୍ନର ଗୁରୁତର

ଲାଞ୍ଜିଗଡ଼: ପୋଖରୀବନ୍ଧରୁ ଛତିକୁଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରୀ ଘାଟି ନିକଟରେ ଆଜି ଏକ ଟ୍ରକ ଧକ୍କାରେ ଜଣେ କିନ୍ନର ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏକ ଟ୍ରକ ଦୃତ ଗତିରେ ଯାଉଥିବା ବଳେ ଛତିକୁଡା ପେଟ୍ରୋଲ ପମ୍ପ ନିକଟରେ ଜଣେ କିନ୍ନରକୁ ଧକ୍କା ଦେଇଥିଲା ଫଳରେ କିନ୍ନର ଜଣକ ଗୁରୁତର ଆହତ ହୋଇଥିବା ବେଳେ ସେବାକାରୀ କିନ୍ନର ସଂଘର ଅନ୍ୟ କର୍ମକର୍ତ୍ତା ମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କିନ୍ନରଙ୍କ ବାମ ହାତ ଭାଙ୍ଗିଯାଇଥିଲା ବେଳେ ତାଙ୍କୁ ଉନ୍ନତ ଚିକିତ୍ସା ସହିତ ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବାକୁ ସେବାକାରୀ କିନ୍ନର ସଂଘ ଦାବି କରିଛି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.