ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀଠାରୁ ପଲ୍ଲୀ ଯାଏଁ ସମସ୍ତ ଜଗନ୍ନାଥ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ । ସବୁଠି ଭକ୍ତିମୟ ପରିବେଶ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ପାରମ୍ପରିକରିତିନିତି ଅନୁକ୍ରମେ ଦେବସ୍ନାନପୂର୍ଣ୍ଣିମା ପାଳିତ ହୋଇଯାଇଛି ।

Omkar Vasthu
Omkar Vasthu


ଲଗାତାର ଦ୍ୱିତୀୟ ବର୍ଷପାଇଁ କୋଭିଡ କଟକଣା ଥିବାରୁ କମ ଲୋକ ମଧ୍ୟରେ ବ୍ଲକର ଗୋଲାମୁଣ୍ଡା, ତୁମୁରା, ମହାଲିଙ୍ଗ ଓ ଦଶପୁର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଗରୁ ଏହି ସମୟରେ ମନ୍ଦିରରେ ଗହଳି ଚହଳି ଲାଗି ରହୁଥିବା ବେଳେ ଚଳିତ ବର୍ଷ କିନ୍ତୁ ସେପରି କିଛି ହୋଇନାହିଁ ।

Pearl dental clinic
Near Ashish Medical Store, Bhawanipatna


ମନ୍ଦିର ସେବାୟତ ଓ ପରିଚାଳନା କମିଟି ଉପସ୍ଥିତରେ ସବୁ କାର୍ଯ୍ୟ ସରିଛି । ଭକ୍ତମାନେ ତିନିଠାକୁରଙ୍କ ସ୍ନାନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଦର୍ଶନ କରି ଜଗତରୁ କିପରି କରୋନା ମହାମାରୀ ବିଲୁପ୍ତ ହେବ ଓ ଆଗାମୀ ଦିନରେ ଭକ୍ତ ସିଧା ଭଗବାନଙ୍କୁ ଦର୍ଶନ କରିବ ଏତିକି କରୁଣା କରିବାକୁ ଜଗତରନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.