ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବ୍ରାହ୍ମଣୀ ଗୁଡା ଶନିମନ୍ଦିର ଠାରେ ଆଜି ପ୍ରଥମ ଶନିବାର ପୂଜନ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାମାନେ ଶନିଦେବଙ୍କ ଦର୍ଶନ କରିଛନ୍ତି। ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶନି ମନ୍ଦିରର ପ୍ରତିଷ୍ଠିତ ସଦସ୍ୟ ଚନ୍ଦନ ପାଣିଗ୍ରାହୀ, ସୋମନାଥ ପାତ୍ର, ବିଷ୍ଣୁ ଶର୍ମା ଆଦି ଉପସ୍ଥିତ ଥିବାବେଳେ ବରିଷ୍ଠ ବିଜେଡି ନେତା ତଥା ଜୁନାଗଡ଼ ପୂର୍ବତନ ନଗରପାଳ ସାଧାଂଶୁ ଶେଖର ବରାଡ଼ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପୂଜକ ଜଗନ୍ନାଥ ଦାସ ପୂଜାଅର୍ଚନା କରିଥିବା ବେଳେ ଆଶିଷ ଗୋଏଲ, ପ୍ରହ୍ଲାଦ ପାତ୍ର, ଡମ୍ବରୁ ମାଝୀ, ଡମ୍ବରୁ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in