ଡାକ୍ତରଖାନା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜୁନାଗଡ: ଆଜି ଏକ ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଡାକ୍ତରଖାନାରେ ୱାଚର ଭାବେ କାର୍ଯ୍ୟରତ ଚନ୍ଦ୍ର ଶେଖର ନାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଡାକ୍ତରଖାନା ପରିସରରେ ଥିବା ନିଜ ସରକାରୀ ବାସଭବନରେ ବେକରେ ଦଉଡି ଦେଇ ଗତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ସକାଳୁ ମୃତକଙ୍କ ପରିବାର ସୂତ୍ରରୁ ଖବର ପାଇ ଜୁନାଗଡ଼ ପୋଲିସ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ଶବ ଜବତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.