ମହଗାଁରେ ପହଞ୍ଚିଲେ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ୍ ଟିମ

କଳାହାଣ୍ଡି,(ଲିଙ୍ଗରାଜ ମିଶ୍ର): ନର୍ଲା ତହସିଲ୍ ଅନ୍ତର୍ଗତ ପଲମ ଗ୍ରାମ ପଞ୍ଚାୟତର ମହଗାଁର ପାଞ୍ଚ ଅନୁସୂଚିତ ଜାତି ଭୂମିହୀନ ପରିବାର ପଲମ ଗାଁର ସରକାରୀ ଜମିରେ ୨୨ ରୁ ୨୫ ବର୍ଷ ଧରି ଜୋରିମନା ଦେଇ କପା ଚାଷ କରି ତାଙ୍କର ଗୁଜରାଣ ମେଣ୍ଟନ କରି ଆସୁଥିଲେ । ଗତ ୨୪ ଶନିବାର ଦିନ ପଲମ ଗାଁର କିଛି ଦୁର୍ବୃତ୍ତ ମାନେ ଗାଈ ବଳଦ ସହିତ ନିଜେ ମିଶି କପା ଚାଷକୁ ନଷ୍ଟ କରି ଦେଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଲ୍ ଓଡିଶା ସିଡୁଲ କାଷ୍ଟ ଫେଡେରେସନ କଳାହାଣ୍ଡି ଶାଖା ତରଫରୁ ମହଗାଁକୁ ଯାଇ ପାଞ୍ଚ ପୀଡିତା ପରିବାର କୁ ସାକ୍ଷାତ କରିଥିଲେ । ତାଙ୍କର ନିଜର ଜମି ବାଡି ନ ଥିବାରୁ ସେମାନେ ପୂର୍ବ ପୁରୁଷ ସମୟରୁ ୭/୮ ଏକର ସରକାରୀ ଜମିରେ ପାଞ୍ଚ ପରିବାର ବିଭିନ୍ନ ପ୍ରକାର ଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ଉକ୍ତ ଜମି ବ୍ୟତିତ ବଞ୍ଚିବାର ଅନ୍ୟ କୌଣସି ରାହା ନାହିଁ ବୋଲି କହିଛନ୍ତି । ଗୋଚର ଜମିକୁ ଅଣସଂରକ୍ଷିତ କରି ପ୍ରତି ପ୍ରତି ପରିବାରକୁ ଜମି ପଟା ଯୋଗାଇ ଦେବା ସହ ପୀଡିତ ପରିବାରକୁ ସୁରକ୍ଷା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଅଲ ଓଡିଶା ସିଡୁଲ କାଷ୍ଟ ଫେଡେରେସନ ସରକାର ଓ ପ୍ରଶାସନ ନିକଟରେ ଦାବି କରିଛି । ଅଲ ଓଡିଶା ସିଡୁଲ କାଷ୍ଟ ଫେଡରେସନ ପୀଡିତ ମାନଙ୍କୁ ସାକ୍ଷାତ କରି ସେମାନଙ୍କ ଠାରୁ ସମସ୍ତ ତଥ୍ୟ ବୁଝିବା ପରେ କେସିଙ୍ଗା ଥାନାକୁ ଯାଇ ଆଇଆଇସି ଙ୍କ ସହ ମହଗାଁ ରେ ୨୪/୭ ଶନିବାର ଘଟିଥିବା କପାଚାଷ ନଷ୍ଟ ଘଟଣା ଉପରେ ଆଲୋଚନା କରି କପାଚାଷ ନଷ୍ଟ ହୋଇଥିବା ବ୍ୟକ୍ତି ମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବୀ କରିଥିଲେ ।

Omkar Vasthu
Omkar Vasthu


ଏହି ସାକ୍ଷାତ ପ୍ରତିନିଧି ଦଳରେ ଫେଡେରେସନ୍ ସଭାପତି ଧନଞ୍ଜୟ ଦୀପ, ଜିଲା ସାଧାରଣ ସମ୍ପାଦକ ଜତୀନ୍ଦ୍ର କର, ଜିଲା ଉପ-ସଭାପତି ବିନ୍ଦୁ ମହାନନ୍ଦ, ଛାତ୍ର ସଂଯୋଜକ ଢଗମାଳିଆ ନାଏକ, ଲକ୍ଷ ଜ୍ୟୋତି ଜାଲ, ଆକାଶ କୁମାର ଜଗତ, ସୁଶୀଲ ବାଗ, ସୁବାଷ ନାଗ, ଅଭିଜିତ କର ପ୍ରମୁଖ ସାମିଲ୍ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.