ଜିଲ୍ଲା ପରିଷଦ ସଦସ୍ୟ ଲଢେଇ: ନର୍ଲା ଜୋନ-୩ ରେ କଂଗ୍ରେସ ପ୍ରର୍ଥୀନୀଙ୍କ ପ୍ରଚାର ଅଭିଯାନ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ନିରଞ୍ଜନ ଗଉଡ଼): ପଞ୍ଚାୟତ ନିର୍ବାଚନ ପାଇଁ କମ୍ପୁଛି ଗାଁ ଦାଣ୍ଡ । ଜିଲ୍ଲା ପରିଷଦ ସଦସ୍ୟଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ, ଓ୍ବାର୍ଡ ସଭ୍ୟ ପଦବୀ ହାତେଇବା ପାଇଁ ପ୍ରାର୍ଥୀମାନେ ଚଲାଇଛନ୍ତି କସରତ । ଏହାରି ମଧ୍ୟରେ ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଜୋରଦାର ଲଢେଇ । ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇଛନ୍ତି । ଆଜି ନର୍ଲା ଜୋନ-୩ କଂଗ୍ରେସ ପ୍ରାର୍ଥୀନୀ ସୁନିତା ନାଏକ ନର୍ଲା ଗ୍ରାମରେ ନିର୍ବାଚନ ପ୍ରଚାର ଜୋରସୋର ଚଳାଇଛନ୍ତି । ନର୍ଲାର ଘରେ ଘରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ନିର୍ବାଚନ ପ୍ରଚାରରେ ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ବ୍ଲକ କଂଗ୍ରେସ ଯୁବ ସଭାପତି ଦିପୁ ପାତ୍ର, ବ୍ଲକ କଂଗ୍ରେସ ଉପ ସଭାପତି ରିଚେକର ଦୀପ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ଶ୍ରୀମତୀ ନାଏକଙ୍କ ପାଇଁ ପ୍ରଚାର କରିଥିଲେ । ଜନବିରୋଧୀ ବିଜେପି ଓ ବିଜେଡ଼ିକୁ ଜନତା ଉଚିତ ଜବାବ ଦେବେ ଏବଂ ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟା ପ୍ରାର୍ଥୀନୀ ସୁନିତା ନାଏକ ବିପୁଳ ଭୋଟରେ ଜୟଯୁକ୍ତ ହେବେ ବୋଲି କଂଗ୍ରେସ ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.