୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଆମର ଯୁବ କ୍ରିକେଟରଙ୍କ ପାଇଁ ଅତ୍ୟଧିକ ଗର୍ବିତ । ୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ଟୁର୍ନାମେଣ୍ଟ ମାଧ୍ୟମରେ ସେମାନେ ବହୁତ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସର୍ବୋଚ୍ଚ ସ୍ତରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦର୍ଶାଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ସୁରକ୍ଷିତ ଏବଂ ଦକ୍ଷଙ୍କ ହାତରେ ଅଛି ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.