ସ୍ବେଛାସେବୀଙ୍କ ନିଆରା କାର୍ଯ୍ୟ, ଅସହାୟ ମହିଳାଙ୍କୁ ଉଦ୍ଧାର କରି ପରିବାରକୁ କଲେ ହସ୍ତାନ୍ତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଳକ ଭଙ୍ଗାବାରୀ ଗାଁର ଜଣେ ବୃଦ୍ଧା ମହିଳା ନିଜ ଘରକୁ ବସ୍ ଯୋଗେ ଯିବା ବଦଲରେ ଭୁଲ ବଶତଃ ଜୁନାଗଡ଼ ବସରେ ବସି ଯାଇଥିଲେ । ସେଠାରୁ ସେ କଳମପୁର ଯିବା ରାସ୍ତା ଦେଇ କଏଲ ଗାଁ ପର୍ଯ୍ୟନ୍ତ ଚାଲିଚାଲି ଯାଉଥିବା ସମୟରେ ଏକ ଜମି ହୁଡାରେ ପଡି ଯାଇଥିଲେ । ସେଠାରେ ଥିବା ପାର୍ବଣ ମସ୍ରା, ନିରାକାର ମହାଳିକ, ରତ୍ନାକର କଟା, ଅଶୋକ ମହାଳିକ, କଷ୍ଟି ମସ୍ରା, ଉଗ୍ରେଷଣ ବାଣୁଆ ପ୍ରମୁଖ ଏହା ଦେଖିବାପରେ ଉକ୍ତ ବୃଦ୍ଧାଙ୍କୁ ନେଇ ନିକଟସ୍ଥ ତାରିଣୀ ମନ୍ଦିରରେ ରଖିଥିଲେ ଓ ତାଙ୍କର ପରିଚୟ ପଚାରିଥିଲେ । ଉକ୍ତ ବୃଦ୍ଧା ଜଣକ ନିଜ ଗାଁ ଭଙ୍ଗାବାରୀ କହିବାରୁ ସେମାନେ ସମାଜସେବୀ ଅର୍ଜୁନ ବାଗ ଓ ଯଶୋବନ୍ତ ରଣାଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସମାଜସେବୀ ଶ୍ରୀ ରଣା ଭଙ୍ଗାବାରୀର ତାଙ୍କ ପରିବାର ସହ ଯୋଗାଯୋଗ କରି ସୂଚନା ଦେଇଥିଲେ ଓ ସେଠାରୁ ନେବାପାଇଁ କହିଥିଲେ । ବୃଦ୍ଧା ନିଖୋଜ ଥିବା ନେଇ ତାଙ୍କ ପରିବାର ପୂର୍ବରୁ ସଦର ଥାନାରେ ଅଭିଯୋଗ କରିଥିବା କହିଥିଲେ । ପରେ ତାଙ୍କର ପରିବାର ଲୋକେ ଗାଁରେ ପହଞ୍ଚି ସମସ୍ତ ପରିଚୟ ଦେଖାଇ ଉକ୍ତ ବୃଦ୍ଧାଙ୍କୁ ନିଜର ଘରକୁ ଆଣିଥିଲେ । ସ୍ବେଛାସେବୀ ଅର୍ଜୁନ ବାଗ, ଯଶୋବନ୍ତ ରଣା, ପାର୍ବଣ ମସ୍ରା ଓ ଗ୍ରାମବାସୀଙ୍କ ଏହିପରି କାର୍ଯ୍ୟକୁ ତାଙ୍କ ପରିବାର ସାଧୁବାଦ ଜଣେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.