ବେହେରା ପଂଚାୟତର ପ୍ରତ୍ୟେକ ଘରକୁ ତ୍ରିରଙ୍ଗା ପତାକା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଆଜାଦି କା ଅମୃତ ମହୋତ୍ସବ। ସ୍ବାଧିନତାର ବାର୍ତା ଘରେ ଘରେ ପୁରେ ପୁରେ ପହଞ୍ଚାଇବାସହ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ ଅଧିକ ଉଜ୍ଜିବିତ କରିବା ପାଇଁ ସରକାର ଗ୍ରହଣ କରିଛନ୍ତି ଏକ ଅଭୀନବ କାର୍ଯ୍ୟକ୍ରମ। ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଦେଶର ସବୁ ଘରେ ଉଡିବ ତ୍ରିରଙ୍ଗା। ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଂଚାୟତର କର୍ମକର୍ତ୍ତା ମାନେ ଘର ଘର ବୁଲି ଜାତୀୟ ପତାକା ବଣ୍ଟନ କରିଛନ୍ତି। ନାଏବ ସରପଂଚ ଟିକେଶ୍ବର ଗୋପାଳଙ୍କ ସହିତ ଯୋଗାଣ ସହାୟକ ସୁବାସ ସାହୁ, ହେମନ୍ତ ବିଶି, ଅନ୍ତରାମ ପଟେଲ ପ୍ରମୂଖ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.