୬୪ ସିଆରପିଏଫ ଯବାନଙ୍କ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଓ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଭବାନିପାଟଣା ସ୍ଥିତ ଅଟାଙ୍ଗଗୁଡ଼ା ୬୪ ସିଆରପିଏଫ ବାଟାଲିୟନ ପକ୍ଷରୁ ତ୍ରିରଙ୍ଗା ପତାକା ସହ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଏନେଇ ସିଆରପିଏଫ ଜବାନମାନେ ବାଇକ ରାଲିରେ ବାହାରି ଭବାନୀପାଟଣା ସହର ପରିକ୍ରମା କରିଥିଲେ। ଏହି ବାଇକ ରାଲି ଅଟାଙ୍ଗଗୁଡା ସିଆରପିଏଫ କ୍ୟାମ୍ପରୁ ବାହାରି ଜିଲ୍ଲାପାଳ ଅଫିସ, ଘୋଡାଘାଟ ଛକ, ଦୟାନିଧି ଛକ, ମାଣିକେଶ୍ବରୀ ଛକ , କଲେଜ ହୋଇ ପୁଣି କ୍ୟାମ୍ପକୁ ପହଞ୍ଚିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ୬୪ ବାଟାଲିୟନର କମାଣ୍ଡେଣ୍ଟ୍ ବିପ୍ଲବ ସରକାର, ଧୈର୍ଯ୍ୟପାଲ ସିଂ , ଅମର ସିଂ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ ଯବାନ ମାନେ ସାମିଲ ହୋଇଥିଲେ।

Udyog Nursery
Udyogi Nursery

ସେହିପରି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ସିକେରକୁପା ୬୪ବାଟାଲିୟନ ପକ୍ଷରୁ ଏକ ରାଲି କରିବା ସହିତ ଘରେ ଘରେ ତ୍ରିରଙ୍ଗା ପତାକା ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ଏ୬୪ ବାଟାଲିୟନ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ଓମ୍ ପ୍ରକାଶ, ଆଶାକର୍ମୀ, ଅଙ୍ଗନୱାଡ଼ିକର୍ମୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ୬୪ ବାଟାଲିୟନର ସମସ୍ତ ଯବାନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.