ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନର୍ଲା ବ୍ଲକ ଗସ୍ତ

ଘଣ୍ଟମାଳ ଅଙ୍ଗନୱାଡି କେନ୍ଦ୍ର ଉଦ୍ଘାଟନ, ବୃକ୍ଷ ରୋପଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଅଙ୍ଗନୱାଡି କେନ୍ଦ୍ର ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠଙ୍କ କର କମଳରେ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦଙ୍କୁ ଏନେଇ ସ୍ୱାଗତ କରିଥିଲେ ୱାର୍ଲଡ ଭିଜନର ପ୍ରୋଗ୍ରାମ ମ୍ୟାନେଜର ପିଭି କ୍ରୀଷ୍ଣା, ସେଲକୋ ଫାଉଣ୍ଡେସନ ମ୍ୟାନେଜର ଅବିନାଶ ପଣ୍ଡା, ସଂଯୋଜନ ଡେଭିଡ ରାଜୁ, ଡେଭିଡ ଜନ ଦାସ, ଇମାନୁଏଲ ହନୁମାନ, ସାମୁଏଲ କର, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଓ ନର୍ଲା ଆଇସିଡିଏସ ସୁପରଭାଇଜର ଫୁଲଜେନସିଆ ସୋରେନ, ଅଙ୍ଗନୱାଡି କର୍ମୀ ପ୍ରମୁଖ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାଂସଦ ମଧ୍ୟାହ୍ନ ୧ ଟା ବେଳେ ପହଞ୍ଚି ଘଣ୍ଟମାଳ ଗ୍ରାମ ପଞ୍ଚାୟତରେ ନର୍ଲା ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ରହିଥିବା ଲୋକଙ୍କ ବିଭିନ୍ନ ସମସ୍ୟା କଥା ପଚାରି ବୁଝିଥିଲେ । ଏଥିରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ନର୍ଲା ବ୍ଲକ ଅଞ୍ଚଳରେ ଅଦ୍ୟାବଧି ରହିଥିବା ଅନେକ ସମସ୍ୟା ଉପସ୍ଥାପନ କରିଥିବାବେଳେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଜୋନ-ନଂ ୨ ରେ ରହିଥିବା ସମସ୍ୟା କଥା ସାଂସଦଙ୍କୁ ଜଣାଇଥିଲେ ।

Udyog Nursery
Udyogi Nursery

ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କ ସମେତ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରୀଆ, ରାକ୍ସି ସରପଞ୍ଚ ଜେମନ୍ତ ପୋଢ, ବାଗପୁର ସରପଞ୍ଚ ଗୋପାଳ ହାତୀ, ଭୀମକେଲା ସରପଞ୍ଚ ଜୟନ୍ତ ଗଉଡ, ଗାଡେବନ୍ଧ ସରପଞ୍ଚ, ଏଭଳି ଅନେକ ସରପଞ୍ଚ ଉପସ୍ଥିତ ଥିଲେ । ଏହାପରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଶ୍ରୀ ସେଠ ଘଣ୍ଟମାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ।

ଏହାପରେ ଘଣ୍ଟମାଳ ବସ୍ତି ମଝୀରେ ନୂତନ ଭାବରେ ତିଆରି ହୋଇଥିବା ମୋଡେଲ ଅଙ୍ଗନୱାଡି କେନ୍ଦ୍ରର ନାମ ଫଳକ ଉନ୍ମୋଚନ ଓ ଫିତା କାଟି ଉଦ୍ଘାଟନ କରିଥିଲେ । ଏଥିପାଇଁ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସୁଜିତ ସେଠ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସରପଞ୍ଚ ଦେବେନ୍ଦ୍ର ସା, ସିଡିପିଓ ନିବାସିନୀ ବିଶ୍ୱାଳ, ୱାର୍ଲଡ ଭିଜନ ର ପ୍ରୋଗ୍ରାମ ମ୍ୟାନେଜର ପିଭି କ୍ରୀଷ୍ଣା, ସେଲକୋ ପାଉଣ୍ଡେସନର ମ୍ୟାନେଜର ଅବିନାଶ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଘଣ୍ଟମାଳରେ ପୂର୍ବରୁ ରହିଆସିଥିବା ଅଙ୍ଗନୱାଡି କେନ୍ଦ୍ରଟି ପରିତ୍ୟକ୍ତ ହୋଇ ପଡିଥିଲା । ଏଣୁ ଏହାକୁ ଭାଙ୍ଗିଦେଇ ୱାର୍ଲଡ ଭିଜନ ଓ ସେଲକୋ ଫାଉଣ୍ଡେସନର ମିଳିତ ସହଯୋଗରେ ୧୨,୫୦,୦୦୦ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ । ଖୁବ ସୁନ୍ଦର ଭାବରେ ଏହି ମୋଡେଲ ଅଙ୍ଗନୱାଡି କେନ୍ଦ୍ରଟି ନିର୍ମିତ ହୋଇଥିବା ସ୍ଥାନୀୟ ଜନସାଧାରଣ ଏହାର ପ୍ରଶଂସା କରୁଥିବା ଜାଣିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.