EWS କୋଟା ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟ ମୋହର ମାରିଥିଲେ। ଏବେ ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ପୁନଃ ପିଟିସନ ଦାଖଲ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ନେତା ଜୟା ଠାକୁରଙ୍କ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଛି।

Udyog Nursery
Udyogi Nursery

ଚଳିତ ମାସ ୭ ତାରିଖରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ୩: ୨ ବହୁମତ ଆଧାରରେ ଊଘS ସଂରକ୍ଷଣ ସାମ୍ବିଧାନିକ ଭାବେ ଘୋଷଣା କରିଥିଲେ। ପୁନର୍ବିଚାର ଆବେଦନରେ କୁହାଯାଇଛି ଯେ ଇନ୍ଦିରା ସାହନିଙ୍କ ନିଷ୍ପତ୍ତିରେ ଦିଆଯାଇଥିବା ବ୍ୟବସ୍ଥା ଅନୁଯାୟୀ ସଂରକ୍ଷଣର ଅନ୍ତିମ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ତେବେ ଊଘS ସଂରକ୍ଷଣ ଏହି ସୀମାକୁ ଉଲ୍ଲଂଘନ କରୁଛି।

ଆବେଦନକାରୀ କୁହିଛନ୍ତି ଯେ ଏସସି -ଏସଟି-ଓବିସିକୁ EWS ସଂରକ୍ଷଣର ଦୃଷ୍ଟିକୋଣରୁ ଦୂରେଇ ରଖିବା ଭେଦଭାବପୂର୍ଣ୍ଣ ଏବଂ ଏହି ଜାତିର ସମାନତାର ଅଧିକାର ଉଲ୍ଲଂଘନ କରୁଛି।

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଊଘS ସଂରକ୍ଷଣ ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରୁନାହିଁ। ତତ୍କାଳୀନ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୪୦ଟି ଆବେଦନ ଉପରେ ଚାରୋଟି ପୃଥକ ବିଚାର ପ୍ରଦାନ କରି ୨୦୧୯ ରେ କେନ୍ଦ୍ରଦ୍ୱାରା କାର୍ଯ୍ୟକାରୀ ହୋଇଥିବା ୧୦୩ ତମ ସାମ୍ବିଧାନିକ ସଂଶୋଧନର ବୈଧତାର ଶୁଣାଣି କରିଥିଲେ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.