ସରକାରୀ ନିତି ନିୟମକୁ ଦେଶି ମଦ ଭାଟିର ଖୋଳା ଉଲ୍ଲଂଘନ !

ବିଷାକ୍ତ ମହୁଲ ଫାସ ଖାଇ ରୁଗ୍ମ ହେଉଛନ୍ତି ଗାଈ ଗୋରୁ 

ପରିବେଶ ଉପରେ କୁପ୍ରଭାବ ପକାଉଛି ମଦ ଭାଟି

କଲେଜ ଯିବା ରାସ୍ତାରେ ଦେଶୀ ମଦ ଭାଟି ଥିବାରୁ କମେଣ୍ଟ୍ ପାସ୍ ର ଶିକାର ହେଉଛନ୍ତି ଛାତ୍ରୀ 

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଲାଇସନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ଗୁଡିକ ଚଲେଇବା ପାଇଁ ରହିଛି ନୀତିନିୟମ । ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଥିବା ଲାଇସନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ଖୋଳାଖୋଳି ଭାବେ ନିୟମକୁ ବେଖାତିର କରୁଥିବା ଅଭିଯୋଗ ହେଉଛି । ସୂଚନାନୁଯାୟୀ ଥୁଆମୂଳ ରାମପୁର – କାଶୀପୁର ମୁଖ୍ୟ ରାସ୍ତା କଡରେ ଥିବା ଲାଇସନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ମଦପ୍ରସ୍ତୁତି ପାଇଁ ବ୍ୟବହୃତ ମହୁଲ ଫାସକୁ କୌଣସି ନିର୍ଦିଷ୍ଟ ଆବର୍ଜନା କୁଣ୍ଡରେ ନ ପକାଇ ରାସ୍ତା କଡରେ ଫୋପାଡ଼ି ଦେଉଛନ୍ତି, ଯାହାଫଳରେ ଉକ୍ତ ମହୁଳଫାଶ ଖାଇ ଅଞ୍ଚଳର ଅନେକ ଗାଈ ଗୋରୁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଏପରିକି ଅନେକ ଗାଈ ଗୋରୁ ମୃତ୍ୟୁ ମୁଖରେ ପଡ଼ିଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଭାଟି କର୍ମଚାରୀ ମାନଙ୍କୁ ଅନେକଥର ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବାରୁ ଅଭିଯୋଗ ହେଉଛି । ପୂର୍ବଭଳି ମହୁଲଫାଶକୁ ରାସ୍ତାକଡ଼ରେ ଫୋପାଡ଼ି ଦେଉଛନ୍ତି । ସେଥିରୁ ଦୁର୍ଗନ୍ଧ ବାହାରି ପରିବେଶକୁ ଦୂଷିତ କରୁଛି ।

ଏହି ରାସ୍ତା ଦେଇ ଯାତାୟାତ କରୁଥିବା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପଥଚାରି ଏବଂ ନିକଟରେ ଥିବା ଜାନବସତି ଉପରେ ଏହାର କୁପ୍ରଭାବ ପଡୁଛି । କଲେଜ ଯିବା ରାସ୍ତାରେ ଏହି ଦେଶୀ ମଦ ଭାଟି ଥିବାରୁ ଅନେକ ସମୟରେ କମେଣ୍ଟ୍ ପାସ୍ ର ଶିକାର ହେଉଛନ୍ତି ଅନେକ ଛାତ୍ରୀ । ଏହା ସହିତ ଅସାମାଜିକ ବ୍ୟକ୍ତିଙ୍କ ଉପସ୍ଥିତି ପରିଲକ୍ଷିତ ହେଉଛି ତେଣୁ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.