ଯୁବକବି ପବିତ୍ର ବେହେରାଙ୍କୁ କବି କିଶୋର ସମ୍ମାନ

ଓଡ଼ିଆ ବାର୍ତ୍ତା/ ଇରମ: ଭଦ୍ରକ ଜିଲ୍ଲା ଇରମ ଠାରେ ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଓଡିଶାର ବିଭିନ୍ନ ପ୍ରାନ୍ତରରୁ କବି ଓ ସାହିତ୍ୟକମାନେ ଯୋଗ ଦେଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଯୁବକବି ପବିତ୍ର ବେହେରାଙ୍କୁ କବି କିଶୋର ସମ୍ମାନରେ ସମ୍ମାନିତ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଓ ରାଜନେତା ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ବକ୍ତା ସଂଗ୍ରାମ କେଶରୀ ସାମନ୍ତରାୟ ଯୁବ କବି ପବିତ୍ର ବେହେରାଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.