କଳାହାଣ୍ଡିରେ ପହଞ୍ଚିଲା ହକି ବିଶ୍ଵକପ, କୋକସରାରେ ଭବ୍ୟ ସ୍ୱାଗତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ହକି ପୁରୁଷ ବିଶ୍ବକପ ଏଥର ଓଡ଼ଶାରେ  ଆୟୋଜିତ ହେଉଥିବାରୁ ରାଜ୍ୟସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି। ହକି ବଶ୍ବ କପ ଟ୍ରଫି ନବରଙ୍ଗପୁର ଜିଲ୍ଲାରୁ ରବିବାର କଳାହାଣ୍ଡିରେ ପହଞ୍ଚିବା ପରେ ଆମପାଣି ବୁଢ଼ାରଜା ମନ୍ଦିର ନିକଟରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ପାରମ୍ପରିକ ନୃତ୍ୟ, ସଙ୍ଗୀତ ସହ ଘୁମୁରା ବାଦ୍ୟ ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଥିଲା।  ପରେ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବୁଢ଼ାରଜା ମଞ୍ଚରେ ସ୍ବାଗତ ସଭା ସହିତ ଟ୍ରଫି ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଧର୍ମଗଡ଼ ବିଧାୟକ ମୈଷଧି ବାଗ, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ୍ ଭୂଷଣ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରୀସ ନାଏକ ସମେତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା, ସ୍ଥାନୀୟ ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ ଓ ଶତାଧିକ ମହିଳା ସାମିଲ ହୋଇ ଟ୍ରଫିକୁ ସ୍ବାଗତ କରିଥିଲେ। ଆମପାଣି ଠାରୁ ହକି ବିଶ୍ବକପ୍ ଟ୍ରଫିକୁ ଜୁନାଗଡ଼ ଅଭିମୁଖେ ବିଦାୟ ଦିଆଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.