ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଜନ୍ମଦିନ ପାଳିଲେ ରାୟଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ରାୟଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ତରଫରୁ ଯୁବ ସଭାପତି ଶ୍ରୀ ଦେବାଶିଷ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ପଚାସ ତମ ଜନ୍ମ ଦିବସ ଖୁବ ଧୁମ ଧାମ ରେ ପାଳନ କରାଯାଇଥିଲା l ଦଳୀୟ ନେତୃବୃନ୍ଦ, ଯୁବ ପଦାଧିକାରୀ ଓ କର୍ମୀଙ୍କୁ ନେଇ ସ୍ଥାନୀୟ ବଂଶୀ କୃଷ୍ନା ହୋଟେଲ ପରିସରରେ କେକ୍ କଟାଯିବା ସହ ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l ଏହା ସହ ସାଇପ୍ରିୟା ନଗର ସ୍ଥିତ ବୃଦ୍ଧାଶ୍ରମରେ କେକ୍ କଟାଯିବା ସହ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା l ତତ ସଙ୍ଗେ ସଙ୍ଗେ ବସ୍ତିର କୁନି କୁନି ଛୁଆଙ୍କ ସହ କେକ୍ କାଟିବା ସହ ଚକଲେଟ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାଶ, ରାୟଗଡ଼ ବିଧାୟକ ଶ୍ରୀ ମକରନ୍ଦ ମୁଦୁଲୀ, ଜିଲ୍ଲା ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ଅନୁସୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝୀ,ବରିଷ୍ଠ ନେତା ଶ୍ରୀ ସନ୍ତୋଷ ପାତ୍ର, ଶ୍ରୀ ପି. ଗୌରୀଶଙ୍କର ରାଓ, ଶ୍ରୀ ବ୍ରଜ ସୁନ୍ଦର ନାୟକ,ଶ୍ରୀ କୋଣ୍ଡା ବାବୁ, ଶ୍ରୀ ରାମଚନ୍ଦ୍ର ପାଢ଼ୀ, ନଗର ସଭାପତି ଶ୍ରୀ ସତ୍ୟ ପାଢ଼ୀ, ଶ୍ରୀ ଅଶୋକ ପଣ୍ଡା, ଶ୍ରୀ କାଶୀ ନାଇଡ଼ୁ, ଶ୍ରୀ ମନୋଜ ଗନ୍ତାୟତ, ଶ୍ରୀ କିନ୍ତାଲି ରାଜୁ, ଶ୍ରୀ ରାୱାଳା ମାଝୀ, ଶ୍ରୀ ସନ୍ତୋଷ ରଥ, ଶ୍ରୀ ଦେବଦତ୍ତ ନନ୍ଦ, ଶ୍ରୀ ହରିଶ୍ଚନ୍ଦ୍ର ପାଢ଼ୀଙ୍କ ସମେତ ଯୁବ ପଦାଧିକାରୀ ଶ୍ରୀ କମଳ ମୁଟିକା, ସୁଶ୍ରୀ ମୋଇନା ଆଚାର୍ଯ୍ୟ, ଦିଲ୍ଲୀପ କୁମାର ସାହୁ, ଜୀତେନ୍ଦ୍ର ପାଢ଼ୀ, କେ. ଶ୍ରୀନିବାସ, ଅଭିଜିତ ପଟ୍ଟନାୟକ, ରାଜୀବ ନାୟକ, ସଞ୍ଜୟ ପ୍ରଧାନ, ବୈକୁଣ୍ଠ ନାଏକ, କୃଷ୍ଣଚନ୍ଦ୍ର ତିଗାଲ, ଏମ. ଶ୍ରୀନିବାସ ରାଓଙ୍କ ସମେତ ଅନେକ ଯୁବ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.