ଓଡ଼ିଆ ବାର୍ତ୍ତା/ କଟକ: ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର, କଲ୍ୟାଣ ନଗର କଟକ ପରିସରରେ ପରିବେଶ ସୁରକ୍ଷା ସଂକଳ୍ପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁରେଶ ଚନ୍ଦ୍ର ସ୍ୱାଇଁ, ସ୍ୱର୍ଣଲତା ପଣ୍ଡା, ଶୁଭଶ୍ରୀ ଦାସ, ପଣ୍ଡିତ ନୀଳକଣ୍ଠ ରାଉତ ଅତିଥି ଭାବେ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀମାନେ ପାରମ୍ପରିକ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସବୁଜିମାର ସ୍ୱର ସାହିତ୍ୟ ପରିବାରର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାରେ ସଭାପତିତ୍ବ କରି ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ ।
ପରିବେଶ ବିଜ୍ଞାନ ସମ୍ପର୍କିତ ପାଞ୍ଚ ଶହରୁ ଅଧିକ ପ୍ରଶ୍ନ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଦୁଇଟି ପ୍ରଶ୍ନର ଉତ୍ତର ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଗ୍ରୀନ ଷ୍ଟାର୍ ସମ୍ମାନ ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦିପ୍ତିମୟୀ ସାମନ୍ତରାୟ, ଏଲିନା ବାରିକ, ଜୁଲି ସ୍ୱାଇଁ, ବିଜୟଲକ୍ଷ୍ମୀ ପାଲ, ସଂଗୀତା ବେହେରା, ଉମାକାନ୍ତ ଜେନା, ପିଙ୍କି ନାୟକ, ଶୁଭଶ୍ରୀ ବିଶୋଇ ଏବଂ ରଶ୍ମିମୟୀ ଦାସ ସହଯୋଗ କରିଥିଲେ ।