ଭଇଁରିପାଲିଠାରେ ନୂତନ କୃଷି ସମବାୟ ସମିତି ଉଦ୍ଘାଟିତ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲିକୁ ନୂତନ ସମବାୟ ସମିତିର ମାନ୍ୟତା ମିଳିବା ପରେ ଆଜି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଭଇଁଁରିପାଲିର ବିଶିଷ୍ଟ ଉଦ୍ୟୋଗି ଚାଷୀ ତଥା ଗ୍ରାମର ଗନ୍ତାୟତ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା, ପୂର୍ବତନ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ଜୟପାଟଣା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ, ସ୍ଥାନୀୟ ସରପଞ୍ଚ ଭାନୁମତୀ ବେମାଲ, ବାନେର ସମବାୟ ସମିତିର ସମ୍ପାଦକ ଉଦିତ ରାଉତ, ପୂର୍ବତନ ସରପଂଚ କୁଞ୍ଜବିହାରୀ ରାଉତ, ପଇତନ ଦୀଆରି, ଭଇଁରି ପଲି ପଞ୍ଚାୟତ ନାଏବ ସରପଞ୍ଚ ପ୍ରସାନ୍ତ ପଣ୍ଡା ଯୋଗ ଦେଇଥିବା ବେଳ ସମ୍ବାଦର ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଥିଲେ। କେନ୍ଦ୍ର ସମବାୟ ସମିତି ଲିଃର ସଭାପତି ଗିରିଶ ଚନ୍ଦ୍ର ବେହେରା ତାଙ୍କର ଅଭିଭାଷଣରେ ଏହି ସମବାୟ ସମିତି ହେବାଦ୍ବାରା କୃଷି ଓ କୃଷକର ବିକାଶ ହେବା ସହିତ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ଏବଂ ଲାଭଖୋର ବେପାରୀଙ୍କ ଠାରୁ ରକ୍ଷା ପାଇପାରିବେ, କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟ ହୋଇ ସୁଷମ ବଣ୍ଟନ ହୋଇ ପାରିବ ବୋଲି ମତପୋଷଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଭଇଁରି ପଲି ଗ୍ରାମ ପଞ୍ଚାୟତ ବାନେର ସମବାୟ ସମିତି ଅଧିନରେ ଥିଲା ବର୍ତ୍ତମାନ ଭଇଁରି ପଲି ନୂତନ ସମବାୟ ସମିତି ହେବାଦ୍ବାରା ଚାଷୀ ମାନଙ୍କ ର ବହୁତ ଆଶା ପୂରଣ ହେବା ସହିତ କୃଷକ ନିକଟରେ କୃଷି ଜାତ ଦ୍ରବ୍ୟର କ୍ରୟ ବିକ୍ରୟ କରିପାରିବେ ବୋଲି ମତପୋଷଣ କରିବା ସହିତ ମାନ୍ୟବର ଲାଞ୍ଜିଗଡ଼ ବିଧାୟକଙ୍କୁ ଭଇଁରିପାଲି ଠାରେ ଏକ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ ଦାବି ଜଣାଇଥିଲେ। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ତାଙ୍କର ଅଭିଭାଷଣରେ ରାଜସ୍ୟ ନିରିକ୍ଷକ କାର୍ଯ୍ୟାଳୟ ନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନୂତନ ସମବାୟ ସମିତି ପରିଚାଳନା କମିଟି ସଭାପତି ପରମ ସିଂ ପୁଝାରୀ, ସଂଯୋଜକ ପ୍ରଶନ୍ନ ପୁଝାରୀ ଏବଂ ସମସ୍ତ ସଭ୍ୟ ସଭ୍ୟା ଉଦ୍ୟମରେ ଏହି ସମବାୟ ସମିତି ହୋଇ ଥିବାରୁ ଗ୍ରାମବାସୀ ଓ କୃଷକମାନେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ରାଉତ, ଫୁଳଚନ ମାଝୀ, ହରି ସିଂ ବାଗ, ଜତିନ୍ଦ୍ର ଦଳପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମାନସ ରଞ୍ଜନ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନବକିଶୋର ନାଏକ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.