ସଇଁତଲାରେ ମିଶନ ଶକ୍ତି ଭବନ ଓ ଆଇସିଡ଼ିଏସର ନୂତନ ଅଫିସ ଗୃହ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଠାରେ ସୋମବାର ଦିନ ମିଶନ ଶକ୍ତି ଭବନ ଓ ଆଇସିଡ଼ିଏସ ନୂତନ ଗୃହ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଏହି ପରିପେକ୍ଷୀରେ ବ୍ଲକ କାଯ୍ୟଳୟ ପରିସରରେ ବ୍ଲକ ପ୍ରଶାସନ ତରଫରୁ ଏକ ମିଶନ ଶକ୍ତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ତହସିଲଦାର ମାନସ ଫିଲ କେରକେଟା ଯୋଗଦାନ କରିଥିଲେ l ଶେଷରେ ସିଡ଼ିପିଓ ସବିତା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ମିଶନ ଶକ୍ତି ଭବନ  ୫୦ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ବେଳେ ଆଇସିଡ଼ିଏସ ନୂତନ ଅଫିସ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ହୋଇଥିବା ଜଣାଯାଇଛି l ଏହି ସମୟରେ ପିଡବ୍ଲୁଡ଼ି ସହକାରୀ ଯନ୍ତ୍ରୀ ସାଲାହା ସଂଗୀତା ଟୁଡୁ, କନିଷ୍ଠ ଯନ୍ତ୍ରୀ ଟଙ୍କଧର ପ୍ରଧାନ, ଜିପିଇଓ ପଦ୍ମକାନ୍ତ ପାଣିଗ୍ରାହୀ, ହିସାବ ରକ୍ଷକ ଲଛମନ ଯାନୀ, ଓଡିଶା ଜୀବିକା ମିଶନ ବିଭାଗର ସୁଧାଂଶୁ ଶେଖର ବଛା, ଝରଣା ବାଗ, ଦୀପ୍ତିମୟ ପ୍ରଧାନ, ରଂଜିତ ନାୟକ ଙ୍କ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟା /ସଭ୍ୟ, ଆଇସିଡ଼ିଏସ ସୁପରଭାଇଜର, ଅଙ୍ଗେନୱଡ଼ି କର୍ମୀ, ଏମବିକେ, ସିଆରପିସିଏମ, ଜିପିଏଲଏଫ, ବିଏଲଏଫ ଲିଡ଼ର ପ୍ରମୁଖ ଉପସ୍ଥିତ ରହିଥିଲେ l

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.