କମର୍ଦ୍ଧାରେ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ : ଅଞ୍ଚଳରେ ଭକ୍ତିମୟ ପରିବେଶ

ଲାଞ୍ଜିଗଡ,୨୨/୫ : ହରିନାମ ସଂକିର୍ତ୍ତନ୍ୟରେ ଉଛୁଳି ଉଠୁଛି କମର୍ଦ୍ଧା । ଆଜି ଠାରୁ ଏଠାରେ ଆରମ୍ଭ ହୋଇଛି ଷୋହଳ ପ୍ରହର ନାମଯଜ୍ଞ । ହରିନାମ ଆସ୍ବାଦନ କରିବାରୁ ଧିରେ ଧିରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହେଉଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମର୍ଦ୍ଧାଠାରେ ଆୟୋଜିତ ଏହି ଷୋହଳ ପ୍ରହର ନାମ ଯଜ୍ଞ ଉପଳକ୍ଷେ ମଙ୍ଗଳବାର ଅଧିବାସ କାର୍ଯ୍ୟକ୍ରମ ପାଇଁ ଅପରାହ୍ନ ୪: ୪୦ ସମୟରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ନଇରେ ଶାସ୍ତ୍ରୀୟ ରୀତିରେ ଗଂଗା ଆବାହନ କରାଯିବାପରେ ଗ୍ରାମର ମହିଳାମାନେ କଳସ ମୁଣ୍ଡାଇ ମଣ୍ଡପକୁ ଆସିଥିଲେ । ହରିନାମ ସଂକୀର୍ତ୍ତନ୍ୟ ସହ କଳସ ଯାତ୍ରାର ଦୃଷ୍ୟ ଅତ୍ୟନ୍ତ ମନୋରମ ଥିଲା । ଏହାପରେ ପ୍ରହର ମଣ୍ଡପରେ କଳସ ସ୍ଥାପନ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଜି ସକାଳ ଘ ୮:୦୫ ମି ରେ ନାମ ଆରମ୍ଭ ହୋଇଛି । ଏହି ପ୍ଲହର ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ । ଏହି ନାମଯଜ୍ଞ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଥିବାବେଳେ ନାମଯଜ୍ଞ କମିଟି ସଭାପତି  ଟଙ୍କଧର ପ୍ରଧାନ, ଉପ ସଭାପତି ଚତୁର୍ଭୁଜ ବୁଦ୍ଧିଆ, ସମ୍ପାଦକ ସତ୍ୟବାନ ସା, ଜଗବନ୍ଧୁ ସାହ, ଝଜ ବୁଦ୍ଧିଆ, କାଶୀ ପୁଟେଲ, ଚୈତନ୍ୟ ପୁଟେଲ୍, ସୁନୋଜ ଗୌଡ଼, ହେମନ୍ତ ସାହୁ, ଅମିତ୍ ବୁଦ୍ଧିଆ ପ୍ରମୁଖ ବିଶେଷ ସହଯୋଗ କରୁଛନ୍ତି । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଅଚ୍ୟୁତ ବୁଦ୍ଧିଆ ସସ୍ତ୍ରୀକ ଗୁରୁଦାୟିତ୍ୱ ବହନ କରୁଛନ୍ତି । 

ଲାଞ୍ଜିଗଡରୁ ଦୁଃଖୀଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.