ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଦିନିକିଆ ଖେଳିବେନି ଟିମ୍ ଇଣ୍ଡିଆର ପାଞ୍ଚ ଖେଳାଳି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତିମ ଦିନିକିଆ ଖେଳିବେ ନାହିଁ ଟିମ୍ ଇଣ୍ଡିଆର ପାଞ୍ଚ ଖେଳାଳି। ଭାଇରାଲ ଜ୍ବର ଓ ଆଘାତର ଶିକାର ହୋଇଥିବାରୁ ବୁଧବାର ରାଜକୋଟରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍ ପାଇଁ ପାଞ୍ଚ ଜଣ ଖେଳାଳି ଖେଳିବେ ନାହିଁ ବୋଲି ଅଧିନାୟର ରୋହିତ ଶର୍ମା କହିଛନ୍ତି। ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି ଯେ, ଶୁଭମନ ଗିଲଙ୍କୁ ବିଶ୍ରାମ ଦିଆଯାଇଛି, ଅକ୍ଷର ପଟେଲ ଏସିଆ କପ୍ ବେଳେ ଆହତ କାରଣରୁ ଏବେ ବି ଅସୁସ୍ଥ ଅଛନ୍ତି, ଏବଂ ଦ୍ରୁତ ବୋଲର ମହମ୍ମଦ ଶାମି, ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଆଗାମୀ କିଛି ସପ୍ତାହକୁ ଦୃଷ୍ଟିରେ ରଖି ଖେଳାଳି ଓ ସେମାନଙ୍କ ସୁସ୍ଥତା ପ୍ରତି ଧ୍ୟାନ ଦେବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ରୋହିତ କହିଛନ୍ତି। ତେଣୁ ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଘରେ ରହିବା ଠିକ୍ ହେବ। ଏହାର କାରଣ ହେଉଛି ଆମେ ବିଶ୍ୱକପ୍ ସମୟରେ ସମସ୍ତେ ଫିଟ୍ ରହିବାକୁ ଚାହୁଁଛୁ ଏବଂ ଆଶା କରୁଛୁ ଯେ ସେମାନେ ଫିଟ୍ ହୋଇ ଫେରି ପାରିବେ। ଆହତ ଓ ବ୍ୟକ୍ତିଗତ କାରଣ ପାଇଁ 5 ଖେଳାଳି ଅନୁପସ୍ଥିତ ରହିବେ ଏପରି ସ୍ଥିତିରେ ଭାରତ ତୃତୀୟ ଦିନିକିଆରେ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ଭଲ ମ୍ୟାଚ ଖେଳିବ ବୋଲି ରୋହିତ ଶର୍ମା ଆଶା ରଖିଛନ୍ତି। ଏବେ ଦେଖିବାକୁ ବାକି ରହିଲା ତୃତୀୟ ଦିନିକିଆ ପାଇଁ ଭାରତ କିଭଳି ଲାଇନ୍ ଅପ୍ କରିବ, କିନ୍ତୁ ଗୋଟିଏ କଥା ସୁନିଶ୍ଚିତ ଯେ, ରୋହିତ ବାହିନୀ କିଛି ପ୍ରମୁଖ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.