କଳିଙ୍ଗ ନଗରରେ ମା କରମସାନୀ ଯାତ୍ରା ଧୁମଧାମରେ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କଳିଙ୍ଗ ନଗରରେ ବଡ ଧୁମ୍ ଧାମ ସହ ପାଳିତ ହୋଇଛି ୯ତମ ମା କରମସାନୀ ଯାତ୍ରା । ଏହି ଅବସରରେ ଅତିଥି ଭାବରେ ଅଶୋକ ପୁଝାରୀ, ମହାଦେବ ମଲ୍ଲିକ, ଦିଲ୍ଲୀପ ପୁଝାରୀ, ଗଣେଶ୍ୱର ସାହୁ, ସିଂଘାରୀ ସରପଞ୍ଚ ଯୋଗ ଦେଇ ଏହି ଯାତ୍ରାର ସଂସ୍କୃତି ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଠାକୁରାଣୀ ମନ୍ଦିରରୁ ପୂଜା ଅର୍ଚ୍ଚନା ହୋଇ ମହିଳା ଓ ପୁରୁଷଙ୍କ ଦେହରେ ମା ବିରାଜମାନ କରିଥିବା ଦେଖିବାକୁ ମିଳିଥିଲା । ଗଣେଶ ଚତୁର୍ଥୀ ଦିନ ମହାନଦୀରେ ଗଙ୍ଗା ମାତା ଓ ବିଭିନ୍ନ ଶସ୍ୟକୁ ପୂଜା ଅର୍ଚ୍ଚନା କରିବା ପରେ ମହାନଦୀ ଜଳ ମା (ଗଙ୍ଗା) ସହିତ ନଦୀ ବାଲି ଓ ଡାଲି ଜାତୀୟ ଶସ୍ୟ ସବୁକୁ ଏହି ସମ୍ପ୍ରଦାୟର ଲୋକେ ନାନା ବାଦ୍ୟ ସହ ଏକ ଶୋଭାଯାତ୍ରାରେ କଳିଙ୍ଗ ନଗର କୁ ଆଣିଥିଲେ ଏବଂ ଏହି ପୀଠ ରେ ସ୍ଥାପନା ପରେ ପୂଜା ଅର୍ଚ୍ଚନା କରି ଭାଦ୍ରବ ମାସ ମହା ଏକାଦଶୀ ଦିନ ଦେଵୀଙ୍କୁ ଆବିର୍ଭାବ କରନ୍ତି। ସଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରୁ ଆସି ଭାଗ ନେଇଥିବା ବିଭିନ୍ନ ଦଳକୁ ଅତିଥି ସାମ୍ବାଦିକ ମହାଦେବ ମଲ୍ଲିକ, ପ୍ରକାଶ ବେବର୍ତ୍ତା, ଭାସ୍କର ଦାଶ, ଅଧ୍ୟାପକ ମଦନ ମୋହନ କ୍ଷେତିଙ୍କ ଦ୍ଵାରା ଆର୍ଥିକ ସହାୟତା ରାଶି ସହ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ମଦନ ମୋହନ ଖେତି, ଗଣେଶ ସିନ୍ଧରିଆ ମଞ୍ଚ ପରିଚାଳନା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସାହିର ବାସିନ୍ଦା ନିଜେ ନାଚ ଗୀତ କରିବା ସହ କଳାକାରଙ୍କ ନାଚ ଗୀତ ଆସରକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.