ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟିଟିଲାଗଡ଼ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ପୁରୀ ଇଣ୍ଟରସିଟି ଟ୍ରେନ ଯୋଗେ ଭବାନୀପାଟଣା ସାଂସଦ ବସନ୍ତ ପଣ୍ଡାଙ୍କ ସହ ରାୟପୁର ଗସ୍ତରେ ଯାଉଥିବା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ନବୀନ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ଼ ପୌରାଧ୍ୟକ୍ଷା ମମତା ଜୈନ ତଥା ଶତାଧିକ ପୁରୁଷ ମହିଲା ରେଳ ଷ୍ଟେସନ ଠାରେ ଉପସ୍ଥିତ ରହି ଫୁଲତୋଡ଼ା ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧନା ଜଣାଇଥିଲେ l ଟିଟିଲାଗଡ଼ ଅଞ୍ଚଳରେ ବିଜେପି ସଂଗଠନ ମଜଭୂତ କରିବାକୁ ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ l କାଉନସିଲର ମନୋଜ ଜୈନ, ଯଶୋଦା ବଗର୍ତି, ସଞ୍ଜୟ ତ୍ରିପାଠୀ, ଆଇନଜୀବୀ ଶ୍ୟାମସୁନ୍ଦର ଶର୍ମା, ଗୋବିନ୍ଦ ବିଶି ଲବଣି ବଗର୍ତ୍ତୀ, ଜଗୁ ଖରସେଲ, ଚିନ୍ତମଣି ସାହୁ, ଦିଲୀପ ପାଣ୍ଡେ, ଶୁଭମ ଭାଟି, ଶିବା ସାହୁ, ଶିବ ଜାଲ, ଘାସି ନାଗ, ଶ୍ୟାମ ଶର୍ମା, ତୁଲାରାମ ସାହୁ, ପୁଲସ୍ତ୍ୟ ତାଣ୍ଡି, ଯୁବରାଜ ବଗର୍ତ୍ତୀ, ହେମରାଜ ଖରସେଲ, ଗତି ବାଗ, ଜନକ କୁମ୍ଭାର, ନରେଶ ରାଜପଲିଆ, ଯତୀନ ବାଗ, ଅମିତ ସାହୁ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ l