ଦୁଇଟି ଫାଇନାନ୍ସ କମ୍ପାନୀର ୧୨ଟି ବାଇକ ପୋଡିଦେଲେ ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଫୁଜନ ଫାଇନାନ୍ସ ଓ ସ୍ପନ୍ଦନା ଫାଇନାନ୍ସ ଭଳି ଦୁଇଟି ଘୋରେଇ ଫାଇନାନ୍ସ କମ୍ପାନୀର ୧୨ଟି ବାଇକ ପୋଡି ଦେଲେ ଦୁର୍ବୁତ୍ତ | ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଟିକିରି ସ୍ଥିତ ଆଦିବାସୀ ସାହି ଠାରେ | ଗତକାଲି ବିଳମ୍ବିତ ରାତ୍ରରେ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ୧୨ଟି ବାଇକ ରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବା ସହ କର୍ମଚାରୀମାନେ ରହୁଥିବା ତଳ ମହଲାରେ ଘର ମୁଖ୍ୟ କବାଟର ବାହାର ପଟ ଗେଡା ପକାଇ ଦେଇଥିଲେ | ବାଇକ ଗୁଡିକ ହୁତୁ ହୁତୁ ହୋଇ ଜଳି ଯାଇ ଥିବା ବେଳେ ନିଆଁ ଧୂଆଁରେ ଘର ଭିତରେ ଥିବା କର୍ମଚାରୀ ମାନେ କିଛି କ୍ଷଣ ଧରି ଶ୍ୱାସ କ୍ରିୟା କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ପରେ ଉପର ମହଲାରେ ରହୁଥିବା ଅନ୍ୟ କର୍ମଚାରୀଙ୍କୁ ଫୋନ କରି ଜଣାଇବା ପରେ ସେମାନେ ତଳକୁ ଆସି କବାଟ ଖୋଲିବା ପରେ ଘରେ ଥିବା ପାଞ୍ଚ ଜଣ କର୍ମଚାରୀ ବାହାରକୁ ଆସିଥିଲେ | ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତୀ ଯାଇଥିଲେ ୫ ଜଣ କର୍ମଚାରୀ | ଘଟଣା ସମ୍ପର୍କରେ ଫାଇନାନ୍ସ ବ୍ରାଞ୍ଚ ମ୍ୟାନେଜେର ବିକ୍ରମ ପୁରୋହିତ ଟିକିରି ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.