ସୁନାଥର ଶିଶୁ ଦିବସ ସମାରୋହ ଅବସରରେ ବିଜ୍ଞାନ ମେଳା

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ସୁନାଥର ପରମାନନ୍ଦ ଶିଶୁ ମନ୍ଦିରରେ ଶିଶୁ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶିଶୁମାନଙ୍କ ଦ୍ଵାରା କେକ୍ କଟାଯାଇ ଶିଶୁ ଦିବସ ଉତ୍ସବକୁ ଆନନ୍ଦ ମୁଖରିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ସ୍ଥାନ ପାଇଥିବା ୬୧ଟି ପ୍ରକଳ୍ପ ମଧ୍ୟରୁ ୮ ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି।ଶ୍ରୀ ପିତାମ୍ବର ମହାଙ୍କୁଡ ପ୍ରଧାନ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଗୁରୁଜୀ ଗୁରୁମାଙ୍କ ଦ୍ବାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ବିଜ୍ଞାନମେଳାରେ ଶ୍ରୀ ପିତବାସ ବସନ୍ତିଆ ବିଜ୍ଞାନ ଶିକ୍ଷକ,ଶ୍ରୀ ଅଜୟ କୁମାର ନାହାକ, ସୁଶ୍ରୀ ସ୍ମିତାରାଣୀ ପାତ୍ର ଓ ଶ୍ରୀମତୀ ପ୍ରଭାସିନୀ ନାହାକ ସହ ପ୍ରଧାନ ଆଚାର୍ଯ୍ୟ ବିଚାରକ ରୂପେ ସମସ୍ତ ପ୍ରକଳ୍ପ ଗୁଡିକକୁ ମୂଲ୍ୟାୟନ କରିଥିଲେ। ରାଜ୍ୟ ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ ହୋଇଥିବା ପ୍ରତିଯୋଗୀମାନେ ହେଲେ ସର୍ବ କନିଷ୍ଠ ବିଭାଗର ସୁଶ୍ରୀ ପ୍ରିୟାଂଶୀ ସାହୁ, ଶ୍ରୀ ଦେବାଂଶୁ ନାହାକ, ଶ୍ରୀ ବିକ୍ରମ ସ୍ବାଇଁ ଓ ଶ୍ରୀ ଅମିତ କୁମାର ବେହେରା ବରିଷ୍ଠ ବିଭାଗର ଶ୍ରୀ ସ୍ବାଧିନ ରାଉତ, ଶ୍ରୀ କାହ୍ନା ନାହାକ, ଶ୍ରୀ ଆଶୁତୋଷ ନାହାକ ଓ ଶ୍ରୀ ରୁଦ୍ର ନାହାକ । ଶେଷରେ ଶ୍ରୀ ନିରଞ୍ଜନ ନାୟକ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.