ଲାଲକିଲ୍ଲାରେ ସ୍ଥାପିତ ହେଲା ଓଡ଼ିଆ ଚିତ୍ରଶିଳ୍ପୀଙ୍କ ଅଙ୍କା ଗୋପବନ୍ଧୁଙ୍କ ଚିତ୍ରପଟ୍ଟ

● ଶିଳ୍ପୀ ସଞ୍ଜୟ ରାଉଳଙ୍କ ପୋଟ୍ରେଟ୍ ଫାଇଟର୍ସ ଗ୍ୟାଲେରୀ ପାଇଁ ମନୋନୀତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଉଦୀୟମାନ ଚିତ୍ରଶିଳ୍ପୀ ସଞ୍ଜୟ କୁମାର ରାଉଳଙ୍କ ଅଙ୍କିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ପୋଟ୍ରେଟ୍ ଚିତ୍ର ସମ୍ପ୍ରତି ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲାର ‘ଫାଇଟର୍ସ ଗ୍ୟାଲେରୀ’ରେ ପୁନଃସ୍ଥାପିତ କରାଯାଇଛି। ଏହି ଗୋପବନ୍ଧୁଙ୍କ ପ୍ରୋଟ୍ରେଟଟି ଶ୍ରୀ ରାଉଳଙ୍କର ଏକ ଶ୍ରେଷ୍ଠ କୃତି ଭାବରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଆଧାରିତ ଏକ ଧାରାବାହିକ ଉପନ୍ୟାସ ‘ଦାସେ ଆପଣେ’ ସହିତ ସଂଯୋଜିତ ହୋଇ ଓଡିଆ ପତ୍ରିକା ‘ରେବତୀ’ରେ ଦୁଇ ବର୍ଷରୁ ଅଧିକ କାଳ ପ୍ରକାଶ ପାଇ ଆସୁଛି।‌ ଉକ୍ତ ଚରିତ-ଉପନ୍ୟାସଟି ଓଡ଼ିଶାର ବିଶିଷ୍ଟ କବି ପବିତ୍ର ମୋହନ ଦାଶଙ୍କ ରଚିତ ଏକ ଗବେଷଣା ମୂଳକ ଉପନ୍ୟାସ ଭାବରେ ଓଡ଼ିଶାର ସମଗ୍ର ପାଠକ ମହଲରେ ଆଦୃତ ହେବା ସହିତ ସେଥିରେ ସ୍ଥାନିତ ଶ୍ରୀ ରାଉଳଙ୍କ ପୋଟ୍ରେଟଟି ଏବେ ଲାଲକିଲ୍ଲାରେ ପୁନଃସ୍ଥାପନ ହେଉଥିବା ଖବର ଓଡିଆ ଚିତ୍ରଶିଳ୍ପୀ ମହଲରେ ଆନନ୍ଦ ଖେଳାଇ ଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡିସେମ୍ବର ୧ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଗୋପବନ୍ଧୁଙ୍କ ଏହି ପୋଟ୍ରେଟ୍ ଟିକୁ ଏଏସଆଇର ଡିଜି ପ୍ରଫେସର କିଶୋର କୁମାର ବାସା ଫାଇଟର୍ସ ଗ୍ୟାଲେରୀରେ ପୁନଃସ୍ଥାପିତ କରିଛନ୍ତି। ଜଳଛବିରେ ଅଙ୍କା ଏହି ଚିତ୍ରଟି ଲାଲକିଲ୍ଲା ପାଇଁ ମନୋନୀତ ହେବାର ପ୍ରତିକ୍ରିୟାରେ ଶିଳ୍ପୀ ଶ୍ରୀ ରାଉଳ କହିଛନ୍ତି ଯେ ଏହା ମୋ ପାଇଁ ସବୁଠୁ ବଡ଼ ଖୁସି ତଥା ଗୌରବର କଥା ଯେ ମୋର ଆଦର୍ଶ ପୁରୁଷ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଏ‌ଇ ଚିତ୍ରଟି ଦେଶର ଶହୀଦଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରୀ ପାଇଁ ମନୋନୀତ ହୋଇଛି। ଏଥିପାଇଁ ମୁଁ ‘ରେବତୀ’ ପରିବାରକୁ ଧନ୍ୟବାଦ ଜଣାଉଛି। କାରଣ ‘ରେବତୀ’ରେ ଏହା ପ୍ରକାଶ ପାଇନଥିଲେ ଲୋକଲୋଚନକୁ ଆସି ପାରିନଥାନ୍ତା। ଏଥିପାଇଁ ମୁଁ କୃଷ୍ଣ କୁମାର ମହାନ୍ତି ସାର୍, ନିକୁଞ୍ଜ ବିହାରୀ ଦାସ ସାର୍ ଓ ପ୍ରଫେସର କିଶୋର ବାସାଙ୍କୁ ମୋର କୃତଜ୍ଞତା ଜଣାଉଛି।

Udyog Nursery
Udyogi Nursery

ପ୍ରକାଶ ଥାଉକି, ଶ୍ରୀ ରାଉଳ ଜଣେ ଭାସ୍କର ଶିଳ୍ପୀ ଭାବରେ ବେଶ୍ ସୁନାମ ଅର୍ଜନ କରି ଜଳେଶ୍ଵର ଠାରେ ତାଙ୍କର ନିଜସ୍ୱ ଏକ ଚିତ୍ର ଷ୍ଟୁଡିଓ ନିର୍ମାଣ କରି ନିଜସ୍ବ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ବହୁ ଚିତ୍ର ଓ ଭାସ୍କର୍ଯ୍ୟ ଶିଳ୍ପ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଛି। ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ ମଧ୍ୟ ତାଙ୍କର ନିର୍ମିତ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି। ସେ ଜଣେ ପ୍ରତିଭା ସମ୍ପନ୍ନ ତରୁଣ ଶିଳ୍ପୀ ଭାବରେ ଏବେ ବି ସଙ୍ଘର୍ଷରତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.