କଳାହାଣ୍ଡିର ଅମୂଲ୍ୟ ରତ୍ନ କୁନି ଶିଶୁ ଏସବି ଅଂଶ: ଜିଲ୍ଲାପାଳଙ୍କ ଦ୍ବାରା ହେଲେ ସମ୍ମାନିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ଜିଲ୍ଲାପାଳଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି କୁନି ଶିଶୁ ଏସ.ବି. ଅଂଶ। ଗତ ୨୯ଡିସେମ୍ବର ୨୦୨୩ ରେ ଅମୃତସର ଠାରେ ଆୟୋଜିତ ହୋଇଥିବା ‘ଇଣ୍ଟରନେସେନାଲ ବୁକ୍ ଅଫ୍ ରେକର୍ଡସ୍’ ତରଫରୁ one in a million, world record of excellence, super talented kid ରେ ସମ୍ମାନିତ ହୋଇ କଳାହାଣ୍ଡି ପାଇଁ ସୁନାମ ନେଇ ଆସିଥିଲେ ଶିଶୁ ପ୍ରତିଭା ଏସ.ବି.ଅଂଶ।  କଳାହାଣ୍ଡି ମାଟିକୁ ଗ୍ୟୌରବାନ୍ଵିତ କରିଥିବାରୁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ୨୬ତମ କଳାହାଣ୍ଡି ଉତ୍ସବରେ ଏସ.ବି. ଅଂଶଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।  ଏସ.ବି. ଅଂଶଙ୍କ ମାତା ସପନା ଟକରିଆ ଓ ପିତା ବିକ୍ରମ କିଶୋର ବାଗ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲାଶିକ୍ଷା ଅଧିକାରୀ, ମାଁ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ଜିଲ୍ଲା ସଂସ୍କୃତି ପରିଷଦ  କଳାହାଣ୍ଡି ପ୍ରମୁଖଙ୍କୁ ସାଧୁବାଦ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.