ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ):  ସୁବର୍ଣ୍ଣପୁର ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଅଫିସ ସମ୍ମୁଖରେ ଏକ ସୁନ୍ଦର ହେରିଟେଜ ପାର୍କ, ଉପନିବନ୍ଧକ କାର୍ଯ୍ୟଳୟ ନିକଟ ରେ ଭେଣ୍ଡିଂ ଜୋନ, ବ୍ଲକ ଛକ ଠାରେ ପରିବା ବଜାର, ଗ୍ରିଡକୋ କଲୋନୀ ଠାରେ ମିନି ପାର୍କ, ଘୋଡାଘାଟପଡା ମହାରଣା ପଡା ଠାରେ ଥଣ୍ଡା ପାନୀୟ ଜଳ ସହ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ନିରାଶ୍ରୟ ଙ୍କ ପାଇଁ ଆଶ୍ରୟ ସ୍ଥଳୀ ଉଦଘାଟନ କରିଥିବା ବେଳେ ୱାର୍ଡ ନଂ ୧୨ ମାଲିପଡା ଠାରେ ଏକ ବହୁମୁଖି ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନ୍ୟା ଦାସ, ସୋନପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ବିଜେଡ଼ିର ଜିଲ୍ଲା ସଭାପତି ସରୋଜ କୁମାର କମ୍ପ, ପୌର ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, ପିଡି ଡୁଡା ବିଶ୍ଵନାଥ ବାରିକ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭିନ୍ନ ୱାର୍ଡର କାଉନସିଲର ଙ୍କ ସହ ବିଜେଡି ର ବରିଷ୍ଠ ନେତା ଅଭିମନ୍ୟୁ କୁଶଳ, ପ୍ରକାଶ ସାହୁ, କଇରୁ ସ୍ୱାଇଁ, ମାନଭଞ୍ଜନ ବେଦବାକ, ଜନ୍ମେଜୟ ପାତ୍ର, ଆନନ୍ଦ ପାତ୍ର ଙ୍କ ସହ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ଙ୍କ ସମେତ ସହର ର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ସହ ବୁଦ୍ଧିଜିବୀ ଏବଂ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.