ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବଳାଙ୍ଗୀ ଡିଗ୍ରୀ ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ବଳାଙ୍ଗୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଈଶାଣୀ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ଯାଇଛି। ବାଲେଶ୍ବର ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପଢ଼ାପଢି ସଂଗେସଂଗେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରେ ଖେଳକୁଦର ଆବଶ୍ୟକତା ନିଶ୍ଚୟ ରହିଛି ବୋଲି ମୁଖ୍ୟ ଅତିଥି ତାଙ୍କ ଉଦବୋଧନରେ ପିଲାମାନଙ୍କୁ ଅବଗତ କରାଇଥିଲେ। ସମ୍ମାନନୀୟ ଅତିଥି ଭାବରେ ସାରଗାଁ ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ସୁଶାନ୍ତ ଶତପଥୀ ଯୋଗ ଦେଇ ଖେଳକୁଦର ନିଜସ୍ବ ଅନୁଭୂତି ବାଣ୍ଟିବା ସହ ଖେଳ କସରତ କରିବା ସ୍ୱାସ୍ଥ୍ୟ ପାଇଁ ଅମୂଲ୍ୟ ସମ୍ପଦ ବୋଲି ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧ୍ୟାପକ ଅଜୟ କୁମାର ମହାକୁଡ଼ ଅତିଥି ମାନଙ୍କୁ ଆନୁଷ୍ଠାନିକ କୃତଜ୍ଞତା ଜଣାଇଥିଲେ। କ୍ରୀଡା ଅଫିସର୍ ରୂପକ କୁମାର ବେହେରା, କ୍ରୀଡ଼ା ଶିକ୍ଷକ ରାଜେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ମନୋଜ ନାୟକ, ସୁରେନ୍ଦ୍ର ପଣ୍ଡା ସଞ୍ଜୟ ଦେ, ପ୍ରହଲ୍ଲାଦ କୁଁଅର, ସୁବ୍ରତ ଦାସ, ବିଶ୍ୱଜିତ ପ୍ରଧାନ, ପ୍ରବୋଧ ପତି,ନିର୍ମଳ ରାଉତ, ସନ୍ତୋଷ ପଣ୍ଡା, ପ୍ରଭାତ ସ୍ୱାଇଁଶ୍ରୀନିତା ଘୋଷ, ସୁରୁଚି ମହାନ୍ତି, ତନୁଶ୍ରୀ ପୋଥାଳ, ମନସ୍ୱିନୀ ଦାସ, ଗୋପାଳି ଦାସ, ପ୍ରୀତିରେଖା ପାତ୍ର, ଇପ୍ସିତା ପାତ୍ର, ପ୍ରିୟଙ୍କା ପାତ୍ର ମୋନାଲିନା ଦାସ, ନମିତା ଦାସ, ଶିଳ୍ପା ସୁମନ କମିଳା, ସମ୍ବିତା ନାୟକ, ସଂଗୀତା ନାୟକ, କୁନ୍ତଳା ଦାସପ୍ରଭୁତି ଶିକ୍ଷକ ଅଣଶିକ୍ଷକ କର୍ମଚାରୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.