ନର୍ଲା ଡିଗ୍ରୀ କଲେଜରେ ଏନଏସଏସ ତରଫରୁ ଫାଇଲେରିଆ ନିରାକରଣ ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଫାଇଲେରିଆକୁ ସମୂଳେ ବିନାଶ କରିବା ପାଇଁ ଚାଲିଛି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ। ଏଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇ ଜନ ସଚେତନତା ସୃଷ୍ଟି କରାଯାଉଛି ଓ ସାମୂହିକ ଔଷଧ ସେବନ ଚାଲିଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ଘରକୁ ଘର ଯାଇ ଔଷଧ ପ୍ରଦାନ କରିବା ସହ ଫାଇଲେରିଆର ଭୟାବହତା ସମ୍ପର୍କରେ ଲୋକଙ୍କୁ ବଝାଇ ସଚେତନତା କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଡିଗ୍ରୀ କଲେଜରେ ଏନଏସଏସ ତରଫରୁ ଫାଇଲେରିଆ ନିରାକରଣ ସମ୍ବନ୍ଧିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜ ପ୍ରିନ୍ସପାଲ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ କିଶୋରଚନ୍ଦ୍ର ପାତ୍ର ଯୋଗଦାନ କରି ଫାଇଲେରିଆ ରୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ପ୍ରିନ୍ସପାଲ ଶ୍ରୀ ନାୟକ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏନଏସଏସ ଅଧିକାରୀ ଓଡିଆ ବିଭାଗ ଅଧ୍ୟାପକ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, ଶାରିରୀକ ଶିକ୍ଷକ କ୍ଷୀତିଶଚନ୍ଦ୍ର ବଗର୍ତ୍ତି, ଲାଇବ୍ରେରିଆନ ପାର୍ବତୀ ଦାସ ପ୍ରମୁଖ ମଞ୍ଚାସୀନ ରହି ଫାଇଲେରିଆ ରୋଗ ଓ ଏହାର ନିରାକରଣ ଉପରେ ମାର୍ଗଦର୍ଶନ ଦେଇଥିଲେ। ପୁରୁଷ ସ୍ୱାସ୍ଥ୍ୟ କର୍ମ କିଶୋର ଚନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ନର୍ଲା ଗୁରୁକୁଲ ନର୍ସିଂ କଲେଜର ଛାତ୍ରୀ ଡୋଳେଶ୍ୱରୀ ହରିଜନ ଓ ମାମୁନି ମିର୍ଦ୍ଧା କଲେଜର ଛାତ୍ରଛାତ୍ରୀ ମାନଙ୍କୁ ଫାଇଲେରିଆ ଔଷଧ ପ୍ରଦାନ କରିଥିଲେ। କଲେଜର ଟିଚିଙ୍ଗ ଏବଂ ନନ ଟିଚିଂ ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଏନଏସଏସ ଅଧିକାରୀ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.