ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶିଳତା ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ମଙ୍ଗଳବାର ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଶିଳ୍ପ, ଯୁଗ୍ମ ନିର୍ଦ୍ଦେଶକ ଗରୁଡ଼ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସରସ୍ଵତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ, ସରସ୍ବତୀ ଶିଶୁ ବିଦ୍ୟମନ୍ଦିର ଲଡ଼ୁଗାଁ ଯୋଗ ଦେଇଥିଲେ। ଏହି କ୍ରମରେ ସାହିତ୍ୟ ସୃଜନୀ କ୍ଳବର ଛାତ୍ର ଛାତ୍ରୀମାନେ ନିଜର ଲିଖିତ ପୁସ୍ତକ ମାନଙ୍କ ପ୍ରଦର୍ଶନ କରିଥିଲେ। ଜିଜ୍ଞାସା କ୍ଳବର ଛାତ୍ର ଛାତ୍ରୀମାନେ ମଧ୍ୟ ନିଜର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ ଓ ବିସ୍ଲେସଣ କରିଥିଲେ। କ୍ରୀଡାଙ୍ଗନାର ଛାତ୍ର ଛାତ୍ରୀମାନେ ଖେଳ ସମ୍ବନ୍ଧୀୟ ବିଭିନ୍ନ ସାମଗ୍ରୀ ମାନଙ୍କୁ ନେଇ ପ୍ରକଳ୍ପ ନିର୍ମାଣ କରିଥିଲେ। ଶିକ୍ଷକ ଓ ଅତିଥି ମାନେ ପ୍ରଦର୍ଶନ ଗୁଡିକକୁ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା କରିଥିଲେ। ଶିକ୍ଷକ ସରୋଜ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁକେଶ ମେହେର, ବବୃବାହାନ ଛତ୍ରିଆ, ସ୍ମୁତିମୟୀ ଦୁର୍ଗା, ନିରୋଜ ବିଶ୍ୱାଳ, କରୁଣାକର କୁଅଁର, ସୁଶୀଲ କୁମାର ସାହୁ, ଶିବ ଶବର, ଡମ୍ୱରୁଧର ନାଏକ, ଜଗଦୀଶ ଠାକୁର, ମାନସ ମେହେର, ମାମିନା ଚୌଧୁରୀ, ବୀଣାପାଣି ମାଝୀ, ସୁଭାସିନୀ ଦାଶ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.