ରୁପ୍ରା ବଜାର ପଡ଼ାରେ ବାଘ ଆତଙ୍କ: ଭୟଭୀତ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରା ବଜାର ପଡ଼ାରେ ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଦୁଇ ଗୋଟି ଚିତା ବାଘ ବୁଲୁଥିବା ଦୃଶ୍ୟର ଭିଡ଼ିଓ ଭାଇରାଲ ହେବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ନର୍ଲା ଅଞ୍ଚଳରେ ଗତ ୮ ବର୍ଷ ହୋଇଗଲା ଫସଲ ସିଜନରେ ଫସଲ ଖାଇବା ପାଇଁ ହାତୀ ଆସିବା ଓ ଏନେଇ ଚାଷୀଙ୍କ ସମେତ ସଧାରଣ ଲୋକ ମଧ୍ୟ ହଇରାଣ ହରକତ ସାଙ୍ଗକୁ ଆତଙ୍କିତ ହେବା ଘଟଣା ନିତିଦିନିଆ ଓ ଦେହସୁଆ ହୋଇଯାଇଛି। ହେଲେ ନର୍ଲା ଅଞ୍ଚଳରେ ବାଘ ଆତଙ୍କ ଏହା ନୂଆ ଓ ପ୍ରଥମ ଘଟଣା। ଗୋଟିଏ ପଟେ ଏବେ ବାହାଘର ସିଜନ। ବାହା ଭୋଜି ସବୁ ଚାଲିଥିବା ବେଳେ ଲୋକେ ରାତି ୧୧ ଟା ୧୨ ଟା ପର୍ଯ୍ୟନ୍ତ ରାସ୍ତାରେ ଯିବା ଆସିବା ହେଉଛନ୍ତି। ଏତେକି ବେଳେ ରୁପ୍ରା ଗାଁ ବଜାର ପଡ଼ାର ରାସ୍ତାରେ ରାତିରେ ବାଘ ବୁଲୁଥିବା ଦୃଶ୍ୟର ଭିଡିଓ ଭାଇରାଲ ହେବାପରେ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି। ଅବଶ୍ୟ ଭାଇରାଲ ହୋଇଥିବା ଭିଡିଓ ଟି କେତେକାଂଶରେ ସତ ତାହା ତଦନ୍ତ ସାପେକ୍ଷ କାରଣ ଭିଡ଼ିଓ ଟି ରେ ରୁପ୍ରା ବଜାର ପଡ଼ା ମେଡିକାଲ ଦୋକାନ ସାମନାରେ ବୁଲୁଥିବା ଜୀବଟି ଏକ ସିଂହର ଚିତ୍ର ଭଳି ପ୍ରତୀୟମାନ ହେଇଛି। ତଥାପି ଘଟଣା ଯଦି ସତ ତା ହେଲେ ଏହି ଘଟଣାକୁ ଗୁରୁତର ସହ ନେଇ ବନବିଭାଗ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.