ଓଡ଼ିଆ ବାର୍ତ୍ତା ପକ୍ଷରୁ ବସନ୍ତ ଉତ୍ସବ-୨୦୨୫ ପାଳିତ  

‘ବସନ୍ତ କାଳରେ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ବାନ ଦେଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପାଶ୍ଚାତ୍ୟ ସଭ୍ୟତାରେ ବସନ୍ତ ଋତୁକୁ ଭୋଗ ବିଳାସର ସମୟ ଭାବେ ପରିଗଣିତ କରାଯାଉଥିବାବେଳେ ଭାରତୀୟ ଦର୍ଶନ ଏହି ସମୟକୁ ସଂଯମତାର ସହ ବିତାଇବାକୁ ପରାମର୍ଶ ଦେଇଥାଏ। ଶ୍ରୀମନ୍ଦିରରେ ଶ୍ରୀ ଜୀଉ ମାଘ ଶୁକ୍ଳ ପଞ୍ଚମୀ ତିଥିରୁ ନିଜର ଶୀତବସ୍ତ୍ରକୁ ପରିହାର କରି ଗୈରିକ ବର୍ଣ୍ଣର ବସ୍ତ୍ର ପରିଧାନ କରନ୍ତି। ଭୋଗବିଳାସର ଋତୁ ବସନ୍ତର ଆଗମନରେ ପ୍ରଭୁ ନିଜେ ସମସ୍ତ ବିଳାସ ତ୍ୟାଗକରି ବ୍ରହ୍ମଚାରୀ ବେଶରେ ସମୟ ଅତିବାହିତ କରିବାକୁ ଏବଂ ସଂଯମୀ ହେବାକୁ ଭକ୍ତଙ୍କୁ ଆହ୍ୱାନ ଦେଇଥାନ୍ତି। ତେଣୁ ସନାତନ ଧର୍ମଧାରାରେ ବସନ୍ତ କାଳ ଗୃହସ୍ଥି ମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଆ ବାର୍ତ୍ତା ପକ୍ଷରୁ ଦେବଗିରିରେ ଆୟୋଜିତ ବସନ୍ତ ଉତ୍ସବ-୨୦୨୫ ଅବସରରେ ମତ ପ୍ରକାଶ ପାଇଛି। ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଗୁରୁବାର ଓଡ଼ିଆ ବାର୍ତ୍ତା ପକ୍ଷରୁ ବସନ୍ତ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବାର୍ତ୍ତା ସଂପାଦକ ଡ଼. ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ସୁନିଲ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ଧଙ୍ଗଡାମାଝୀ, ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ରହି ବସନ୍ତ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦେବଗିରି ବୁଢୀପଦର ଠାରେ ଓଡ଼ିଆ ବାର୍ତ୍ତାର ଏକ ଶାଖା କାର୍ଯ୍ୟାଳୟକୁ ମୁଖ୍ୟ ଅତିଥି ଶ୍ରୀ ଅଗ୍ରୱାଲ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ବାର୍ତ୍ତା ସଂପାଦକ ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ପ୍ରଦୀପ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସହ ସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.