ରାମଧୂନ୍ କପ୍ ଫୁଟବଲ, ଦ୍ୱିତୀୟ ସେମିରେ କଟକ ସ୍ପୋର୍ଟସ ହଷ୍ଟେଲ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା ୧୬ତମ ରାମଧୁନ କପ ସର୍ବଭାରତୀୟ ଫୂଟବଲ ଚାମ୍ପିୟନସିପ ଆଜି ପୁଲ ବି ର ପ୍ରଥମ ମ୍ୟାଚ ଝାଡଖଣ୍ଡ ଉମେଶ ବ୍ରଦର୍ସ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ଝାଡ଼ଖଣ୍ଡ କୁ ୪-୩ ଟ୍ରାଇ ବ୍ରେକର ଗୋଲରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ନାମେଣ୍ଟର ଦ୍ଵିତୀୟ ସେମି ଫାଇନାଲକୁ ପ୍ରଵେଶ କରିଛି। ଆଜି ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ସମ୍ମାନିତ ଅତିଥି ଭାବରେ ସିଡିଏମପିଏଚ୍ଓ ଡ.ପ୍ରଦୀପ କୁମାର ଗୁରୁ, ଡେପୁଟି କଲେକ୍ଟର ଶୁଭଶ୍ରୀ ରଥ ଯୋଗ ଦେଇ ଖେଳକୁ ଉଦଘାଟନ କରି ଖେଳାଳୀ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ। ନିମନ୍ତ୍ରିତ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ଫ୍ରାଞ୍ଚାଇଜ୍ ସଂସ୍କାର ଏଗ୍ରୋ ପ୍ରୋପାଇଟର ଲୋକନାଥ ରଥ ଓ ଝାଡଖଣ୍ଡ ଉମେଶ ବ୍ରଦର୍ସ ଦଳର ଫ୍ରାଞ୍ଚାଇଜ୍ ମହାନଦୀ ଧାରା ଡାଇରେକ୍ଟର ପ୍ଲାବନ ମହାପାତ୍ର, ଭେଟରାନ ଫୁଟବଲ୍ ଖେଳାଳୀ ଗୋରେଖ ନାଥ ସାହୁ, ବିରଞ୍ଚି ମହାନ୍ତି, ଗୌରୀ ଶଙ୍କର ପଣ୍ଡା, ସମାଜସେବୀ ଗତିକୃଷ୍ଣ ମିଶ୍ର, ଜିଲ୍ଲା କ୍ରିଡ଼ା ସଂଘର ଦିଗାମ୍ବର ଶତପଥି, ଆଦିତ୍ୟ କିଶୋର ଦାନୀ, ବି.ସତ୍ୟ ନାରାୟଣ ରାଓ, ଯୋଗ ଦେଇ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରୀ ଭାବେ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିବା ବେଳେ ଫୋର୍ଥ ଅଫିସିଆଲ୍ ରାଜେଶ୍ ଥନାପତି, ପିଇଟି ଦିଲିପ ରାଉତ ଓ ଦେବାଶିଷ ବାଗ ସହଯୋଗ କରିଥିଲେ। ପ୍ରଭୁଦତ୍ତ କୁମ୍ଭାର୍ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ୧ ନମ୍ୱର୍ ଖେଳାଳୀ ସଞ୍ଜୟ ହେମ୍ରମ ଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବ୍ ସଂପାଦକ ପୀୟୂଷ ପଣ୍ଡାଙ୍କ ତାତ୍ଵାବଧାନରେ ଅନୁଷ୍ଟିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଅତିଥି ସ୍ଵାଗତ କରି ଧନ୍ୟବାଦ୍ ଅର୍ପଣ କରିଥିଲେ। ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁରର ସମସ୍ତ ଫୂଟବଲ ପ୍ରେମୀ ଓ ରାମଧୁନ କ୍ଲବ ମଝିପଡ଼ା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.