ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁରଙ୍କ ସମ୍ବଲପୁର ଜିଲ୍ଲା ଗସ୍ତ ଅବସରରେ ବୁର୍ଲା ମହାନଦୀ କୋଇଲା କମ୍ପାନୀ ଅତିଥି ଭବନରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀଙ୍କ ନେତୃତ୍ଵରେ ଏକ ପ୍ରତିନିଧିଦଳ ତାଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା, ଶ୍ରମିକର ମାନ୍ୟତା, ବେତନ ବୃଦ୍ଧି, ଏସ୍ ଏନ୍ ପି ମୂଲ୍ୟ ବୃଦ୍ଧି, ପୁରୁଣା ମୋବାଇଲ୍ ଜାଗାରେ ଅଧିକ ଜୀବି ଥିବା ମୋବାଇଲ୍ ଦେବା, ଅଣ୍ଡା ବଜାର ଦର ଅନୁସାରେ ଦେବା ପ୍ରଭୁତି ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଠାକୁର ସକାରାତ୍ମକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.