ବରଗାଁ ଫାଟକପଡ଼ାରେ ତ୍ରୀନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଭବ୍ୟ କଲସ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ନର୍ଲା ବ୍ଲକ ବରଗାଁ ଫାଟକପଡ଼ାର ଶ୍ରୀ ଶ୍ରୀ ତ୍ରୀନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର ଠାରୁ ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହେବ। ଏନେଇ ଶୁକ୍ରବାର ଅପରାହ୍ନରେ ଭବ୍ୟ କଲସ ଯାତ୍ରା ଓ ସନ୍ଧ୍ୟାରେ ଅଧିବାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ କର୍ତ୍ତା ଭାବେ ପ୍ରସନ୍ନ ଭୋଇ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଭୋଇ ଏବଂ ପୂଜକ ଭାବେ ବୁଲୁ ରଥ ଦାଇତ୍ୱ ନିର୍ବାହ କରୁଛନ୍ତି। ୨୨ ତାରିଖ ସକାଳ ୭ଟାରେ ନାମାରମ୍ଭ ହୋଇ ୨୪ ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି, ଦଧିହାଣ୍ଡି ଭଗ୍ନ ଓ ନଗର ସଂକିର୍ତ୍ତନ ଆୟୋଜିତ ହେବ। ଏସବୁ କାର୍ଯ୍ୟକ୍ରମରେ ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣ ଉପସ୍ଥିତ ରହି ବିଭୁ କୃପା ଲାଭ କରିବାକୁ ଆୟୋଜକ କମିଟି ପକ୍ଷରୁ ନିବେଦନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.