ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବରଗାଁ ଫାଟକପଡ଼ା ଶ୍ରୀ ଶ୍ରୀ ତ୍ରୀନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି। ଆଜି ଶନିବାର ସକାଳୁ ଆରମ୍ଭ ହୋଇଛି ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ। ଏନେଇ ଗତକାଲି ବିଧି ମୁତାବକ ଅଧିବାସ କାର୍ଯ୍ୟକ୍ରମ ଓ କଲସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଅଖଣ୍ଡ ନାମ ଯଜ୍ଞରେ କର୍ତ୍ତା ଭାବେ ପ୍ରସନ୍ନ ଭୋଇ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ଭୋଇ ଏବଂ ପୂଜକ ଭାବେ ବୁଲୁ ରଥ ଦାଇତ୍ୱ ନିର୍ବାହ କରୁଛନ୍ତି। ୨୨ ତାରିଖ ସକାଳ ୭ଟାରେ ନାମାରମ୍ଭ ହୋଇ ୨୪ ତାରିଖ ସୋମବାର ଦିନ ପୂର୍ଣ୍ଣାହୁତି, ଦଧିହାଣ୍ଡି ଭଗ୍ନ ଓ ନଗର ସଂକିର୍ତ୍ତନ ଆୟୋଜିତ ହେବ। ଏହି ନାମ ଯଜ୍ଞରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ। ଭକ୍ତ, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ପାଇଁ ଅନ୍ନ ପ୍ରସାଦର ସୁବନ୍ଦୋବସ୍ତ କରାଯାଇଛି।





