ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଜନା ସମ୍ମିଳନୀ କକ୍ଷ, ସୁବର୍ଣ୍ଣପୁର ଠାରେ ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନଙ୍କୁ ନେଇ ଏକ ଦିବସିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସମ୍ପାଦିକା କୁମୁଦିନୀ ମୁଦୁଲି ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶଙ୍କର୍ଷଣ ପଣ୍ଡା, ଶ୍ରମ ଅଧିକାରୀ ସୁନୀତା ଦେବୀ, କିଶୋର ନ୍ୟାୟ ବୋର୍ଡର ଏପିପି ସୀତାରାମ ମିଶ୍ର, ପୋଲିସ ବିଭାଗର ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ଅନୁଷ୍ଠାନ ସୁରକ୍ଷା ଅଧିକାରୀ ବିଜୟ ବିଶ୍ୱାଳ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଦେଇଥିଲେ। ତାଲିମଦାତା ଭାବେ କିଶୋର ନ୍ୟାୟ ବୋର୍ଡ ସଭ୍ୟର ରଂଜିତା ସାହୁ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଛାସେବୀ ମାନେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ଜିଲ୍ଲା ବାଲ୍ୟ ବିଭାଗ ସଂଯୋଜକ ଅକ୍ଷୟ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଥବିର କାଲସେ, ପ୍ରଶାନ୍ତ ମହାକୁଡ଼, ସ୍ୱାଗତରାଜ ମିଶ୍ର, ସରିତା ସୁନା, ବିସ୍ମୟ ମୋହନ ସାହୁ, ମୃତୁଞ୍ଜୟ ସାହୁ, ଜିତେନ୍ଦ୍ର ମଣ୍ଡଳ, ମାନିନୀ ମହାନ୍ତି ଓ ଅନିଲ କୁମାର ମହଲା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।